Categories: ଜାତୀୟ

ବିଦା ହେବେ କୋଶିୟାରୀ: କଲରାଜ ହେବେ ମହାରାଷ୍ଟ୍ର ରାଜ୍ୟପାଳ

ନୂଆଦିଲ୍ଲୀ,୨୭ା୧୧: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କୁ ବିଦା କରାଯିବ। ତାଙ୍କ ସ୍ଥାନରେ ରାଜସ୍ଥାନ ରାଜ୍ୟପାଳଙ୍କୁ ଦାୟିତ୍ୱ ଦିଆଯିବ ବୋଲି ଜଣାପଡ଼ିଛି। ମହାରାଷ୍ଟ୍ରରେ କ୍ଷମତାଯୁଦ୍ଧ ପରିପ୍ରେକ୍ଷୀରେ ରାଜ୍ୟପାଳ କୋଶିୟାରୀଙ୍କ ଭୂମିକାକୁ ନେଇ କଂଗ୍ରେସ ପକ୍ଷରୁ ପ୍ରଶ୍ନ ଉଠାଯାଇଥିବାବେଳେ ଆମତ୍ସମ୍ମାନ ରକ୍ଷା ପାଇଁ କେନ୍ଦ୍ର ସରକାର ତାଙ୍କୁ ହଟାଇବା ପାଇଁ ଯୋଜନା କରୁଛନ୍ତି। ପୂର୍ବରୁ ହିମାଚଳ ପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିବା କଲରାଜ ମିଶ୍ରଙ୍କୁ ଗତ ସେପ୍ଟେମ୍ବର ୯ରେ ରାଜସ୍ଥାନକୁ ବଦଳି କରାଯାଇଥିଲା। ଏବେ ତାଙ୍କୁ ମହାରାଷ୍ଟ୍ର ରାଜ୍ୟପାଳ କରାଯିବ ବୋଲି କୁହାଯାଉଛି।

Share