କଲମ୍ବୋ,୧୯ା୭(ଏଏଫ୍ପି)- ବିଶ୍ୱକପ୍ ବିଫଳତା ପରେ ଶ୍ରୀଲଙ୍କା କ୍ରୀଡ଼ାମନ୍ତ୍ରୀ ହାରିନ ଫେର୍ନାଣ୍ଡୋ କ୍ରିକେଟ ଦଳର ମୁଖ୍ୟ କୋଚ୍ ପଦତ୍ୟାଗ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀଲଙ୍କା ଦଳ ନିକଟରେ ଶେଷ ହୋଇଥିବା ବିଶ୍ୱକପ୍ରେ ୯ ମ୍ୟାଚ୍ରୁ ୩ ବିଜୟ ହାସଲ କରିବାକୁ ସକ୍ଷମ ହୋଇଥିଲା। ଏଭଳି ବିଫଳତା ପରେ କୋଚ୍ ଚନ୍ଦିକା ହାଥାରୁସିଂଘା ନିଜଆଡ଼ୁ ଇସ୍ତଫା ଦେବେ ବୋଲି ଆଶା କରାଯାଉଥିଲା। ହେଲେ ସେ ମନା କରି ଦେଇଥିଲେ। ହାଥାରିଂଘା ଓ ତାଙ୍କ ସହାୟକ କୋଚ୍ଙ୍କୁ ବାଂଲାଦେଶ ଟୁର୍ନାମେଣ୍ଟ ପରେ ପଦ ଛାଡ଼ିବାକୁ କ୍ରୀଡ଼ାମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବାଂଲାଦେଶ ଦଳ ଆସନ୍ତା ଶନିବାର ଶ୍ରୀଲଙ୍କାରେ ପହଞ୍ଚତ୍ବ। ଏପ୍ରିଲରେ ଆତ୍ମଘାତୀ ବିସ୍ଫୋରଣ ପରେ ବାଂଲାଦେଶ ପ୍ରଥମ ବିଦେଶୀ ଦଳ ଭାବେ ଶ୍ରୀଲଙ୍କା ଗସ୍ତ କରିବ। ଦଳର ଫିଲ୍ଡିଂ କୋଚ୍ ଷ୍ଟିଭ ରିକ୍ସନ, ବ୍ୟାଟିଂ କୋଚ ଜନ ଲୁଇସ ଓ ଦ୍ରୁତ ବୋଲର କୋଚ୍ ରମେଶ ରାତନାୟାକେଙ୍କ ଚୁକ୍ତିରେ ବୃଦ୍ଧି କରାଯିବ ନାହିଁ ବୋଲି ଶ୍ରୀଲଙ୍କା କ୍ରିକେଟ ଅଫିସିଆଲ କହିଛନ୍ତି।