ନୂଆଦିଲ୍ଲୀ,୧୮।୩: ଭାଜପା ଏମ୍ପି ସୁରେଶ ପ୍ରଭୁ ବିଦେଶରୁ ସ୍ବଦେଶ ଫେରିବା ପରେ ନିଜକୁ ସରକାରଙ୍କ କରୋନା ସୁରକ୍ଷା ମାର୍ଗଦର୍ଶିକା ଅର୍ନ୍ତଗତ କ୍ୱାରାଣ୍ଟାଇନ କରିଛନ୍ତି। ସେ ସୌଦି ଯାତ୍ରା କରିଥିଲେ। ୧୦ ମାର୍ଚ୍ଚରେ ସେ ସୌଦି ଗସ୍ତରେ ଯାଇଥିଲେ। ଭାରତ ଫେରିବା ପରେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା। ତେବେ ସରକାରୀ ମାର୍ଗଦର୍ଶିକା ଅନୁସାରେ ସେ ୧୪ ଦିନ ପର୍ଯ୍ୟନ୍ତ ଆଇସୋଲେଶନରେ ରହିବାକୁ ନିଷ୍ପତ୍ତିି ନେଇଛନ୍ତି।