ନୂଆଦିଲ୍ଲୀ,୪।୬: ବନ୍ଦେ ଭାରତ ମିଶନରେ ବିଦେଶରୁ ଭାରତ ଫେରୁଥିବା ଲୋକଙ୍କୁ ଦେଶ ମଧ୍ୟରେ ରୋଜଗାର ଦେବାକୁ ଯୋଜନା ପ୍ରସ୍ତୁତ ହୋଇଛି। କେନ୍ଦ୍ର କୌଶଳ ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ଏହି ଯୋଜନାକୁ ଲାଗୁ କରାଯିବ। ସ୍ମିଲ୍ ଇଣ୍ଡିଆ ମିଶନ ଅନ୍ତର୍ଗତ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ବହିର୍ବ୍ୟାପାର ମନ୍ତ୍ରଣାଳୟର ସହଭାଗିତାରେ ଯୋଜନା ହାତକୁ ନିଆଯାଇଥିବା ଜଣାପଡିଛି। ଭାରତ ଫେରୁଥିବା ଲୋକମାନଙ୍କ ପାଇଁ ସ୍କିଲ୍ଡ ଓ୍ବାର୍କର୍ସ ଆରାଇଭାଲ ଡାଟାବେସ୍ ଫର୍ ଏମ୍ପ୍ଲୟମେଣ୍ଟ ସପୋର୍ଟ (ସ୍ବଦେଶ) ଯୋଜନା ଆରମ୍ଭ କରାଯାଇଛି। ଏହାଦ୍ୱାରା ଯୋଗ୍ୟ ନାଗରିକଙ୍କ ଡାଟାବେସ୍ ପ୍ରସ୍ତୁତ କରାଯାଉଛି। ଭାରତୀୟ ଏବଂ ବିଦେଶୀ କମ୍ପାନୀଗୁଡିକର ଚାହିଦାକୁ ପୂରଣ କରିବା ଲାଗି ଏହାକୁ ଆରମ୍ଭ କରାଯିବ। ବିଦେଶରୁ ଫେରୁଥିବା ଲୋକମାନେ ସ୍ବଦେଶ ସ୍ମିଲ୍ ଫର୍ମ ଭରିବାକୁ ପଡିବ। ଏହି ଲୋକମାନଙ୍କୁ ସ୍ବଦେଶ ସ୍କିଲ୍ କାର୍ଡ ଜାରି କରାଯିବ। ଉପଯୁକ୍ତ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ଲାଗି ଏହି କାର୍ଡ ସୁବିଧା ପ୍ରଦାନ କରିବ ବୋଲି କୌଶଳ ବିକାଶ ମନ୍ତ୍ରଣାଳୟର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।