ବିଦେଶରୁ ଭାରତୀୟ ମାଗଣାରେ ସ୍ବଦେଶ ଫେରୁଥିବାବେଳେ ଶ୍ରମିକଙ୍କ ପାଇଁ ଟ୍ରେନ୍‌ ଟିକଟ କାହିଁକି: ପ୍ରଦେଶ କଂଗ୍ରେସ କମିଟି ବହନ କରିବ ଖର୍ଚ୍ଚ କହିଲେ ସୋନିଆ

ନୂଆଦିଲ୍ଲୀ,୪।୫: କରୋନା ସଂକ୍ରମଣ ନେଇ ଭାରତରେ ଆତଙ୍କ ଦେଖାଦେଇଛି। ସୁରକ୍ଷା ଦୃଷ୍ଟିରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ହୋଇଛି।  ବାହାର ରାଜ୍ୟରେ ଅଟକି ରହିଥିବା ଶ୍ରମିକଙ୍କୁ ନିଜନିଜ ରାଜ୍ୟକୁ ଫେରାଇ ଅଣାଯିବା ଲାଗି ସ୍ବତନ୍ତ୍ର ଟ୍ରେନ୍‌ ବ୍ୟବସ୍ଥା କରାଯାଇଛି। ତେବେ ଟ୍ରେନ୍‌ରେ ଘରବାହୁଡ଼ିବା ଲାଗି ଶ୍ରମିକଙ୍କୁ ଟିକଟ କାଟିବାକୁ ପଡୁଛି। ଏହାକୁ ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ବିଦେଶରୁ ସ୍ବଦେଶ ଫେରୁଥିବା ଭାରତୀୟଙ୍କୁ ମାଗଣାରେ ବିମାନରେ ଅଣାଯାଉଛି। ଏପରିସ୍ଥଳେ ଶ୍ରମିକଙ୍କ ପାଇଁ ଟ୍ରେନ୍‌ରେ ଟିକଟ ବ୍ୟବସ୍ଥା କରାଯିବା ଦୁଃଖର କଥା। ଶ୍ରମିକଙ୍କ ଲାଗି ପ୍ରତିରାଜ୍ୟର ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଟିକଟ ଖର୍ଚ୍ଚ ବହନ କରାଯିବ ବୋଲି ସୋମବାର ସୋନିଆ ଗାନ୍ଧୀ କହିଛନ୍ତି। କଂଗ୍ରେସ ଏଭଳି ସମୟରେ ଶ୍ରମିକଙ୍କ ଲାଗି ସହାୟତାର ହାତ ବଢ଼ାଇଥିବା ସେ କହିଛନ୍ତି।

Share