Categories: ବାଣିଜ୍ୟ

ବିଦେଶରେ ଏମ୍‌ବିବିଏସ୍‌ ଡିଗ୍ରୀ ଲାଗି ଗ୍ଲୋବାଲ ଫୋକସର ପଦକ୍ଷେପ

ଭୁବନେଶ୍ୱର,୧୯-୫: ବିଦେଶରେ ଏମ୍‌ବିବିଏସ୍‌ ଡିଗ୍ରୀ ଲାଗି ଗ୍ଲୋବାଲ ଫୋକସ ଏଜୁକେଶନ ଗ୍ରୁପ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ସରକାରୀ ମେଡିକାଲ କଲେଜଗୁଡିକରେ ସିଟ୍‌ ସଂଖ୍ୟା କମ୍‌ ରହୁଥିବା ବେଳେ ଘରୋଇ ମେଡିକାଲ କଲେଜରେ ପାଠ ପଢିବା ବ୍ୟୟବହୁଳ । ଏଭଳି ସ୍ଥିତିରେ ୟୁକ୍ରେନରେ ନ୍ୟାଶନାଲ ମେଡିକାଲ ୟୁନିଭର୍ସିଟି ସମେତ ଅନ୍ୟାନ୍ୟ ଜାତୀୟ ସ୍ତରର ମେଡିକାଲ ପ୍ରତିଷ୍ଠାନଗୁଡିକରେ ଡାକ୍ତରୀ ଶିକ୍ଷା ଗ୍ରହଣ ଲାଗି ଗ୍ଳୋବାଲ ଫୋକସ ପକ୍ଷରୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଚଳିତ ବର୍ଷ ଉକ୍ତ ପ୍ରତିଷ୍ଠାନଗୁଡିକରେ ନାମଲେଖା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି।
ଏହି ପ୍ରତିଷ୍ଠାନଗୁଡିକ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଏବଂ ମେଡିକାଲ କାଉନସିଲ ଅଫ୍‌ ଇଣ୍ଡିଆର ସ୍ବୀକୃତି ପ୍ରାପ୍ତ। ଜାତୀୟ ସ୍ତରର ପ୍ରବେଶିକା ପରିକ୍ଷା ନିଟ୍‌ରେ ସଫଳ ହୋଇଥିବା ଛାତ୍ରୀଛାତ୍ର ଏହି ପ୍ରତିଷ୍ଠାନଗୁଡିକରେ ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହେବେ ବୋଲି ଗ୍ଲୋବାଲ ଫୋକସର ଏମ୍‌ଡି ଅବଦୁଲ ଜାହିର ସୂଚନା ଦେଇଛନ୍ତି। ଛାତ୍ରୀଛାତ୍ରଙ୍କ ବିଦେଶରେ ପାଠପଢା, ରହିବା ଏବଂ ଭାରତୀୟ ଖାଦ୍ୟ ବ୍ୟବସ୍ଥାକୁ ଧ୍ୟାନରେ ରଖାଯାଉଥିବା ଜାହିର କହିଛନ୍ତି। ସେହିଭଳି ୟୁକ୍ରେନର ଥିମା ସରକାରୀ ବିଶ୍ୱବିଦ୍ୟାଳୟ,ଖାଲକିବ୍‌ ୟୁନିଭର୍ସିଟି ଭଳି ପ୍ରତିଷ୍ଠାନ ସହ ସହବନ୍ଧିତ ଥିବା ବେଳେ ଛାତ୍ରୀଛାତ୍ରଙ୍କ ଲାଗି ସ୍କଲାରଶିପ ବ୍ୟବସ୍ଥା ମଧ୍ୟ କରାଯାଇଛି। ପ୍ରତିବର୍ଷ ରାଜ୍ୟରୁ ୧୨୦ରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ ୟୁକ୍ରେନରେ ଡାକ୍ତରୀ ଶିକ୍ଷା ଗ୍ରହଣ ଲାଗି ସୁବିଧା କରାଯାଉଛି। ଆଶାୟୀ ଛାତ୍ରୀଛାତ୍ର ଭୁବନେଶ୍ୱର ଶହୀଦନଗର କାର୍ଯ୍ୟାଳୟ ସମେତ ବ୍ରହ୍ମପୁର, ସମ୍ବଲପୁର କାର୍ଯ୍ୟାଳୟ ସହ ସମ୍ପର୍କ କରିବାକୁ ଜାହିର ସୂଚନା ଦେଇଛନ୍ତି।

Share