Categories: ଖେଳ

ବିଦେଶରେ ଟି୨୦ ଖେଳିବେ ଯୁବରାଜ

ନୂଆଦିଲ୍ଲୀ, ୧୯ା୬ (ପି.ଟି.)- ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଯୁବରାଜ ସିଂ ବିଶ୍ୱବ୍ୟାପୀ ଟି୨୦ ଲିଗ୍‌ରେ ଖେଳିବାକୁ ଆଗ୍ରହୀ। ଏଥିଲାଗି ସେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ଠାରୁ ଲିଖିତ ଅନୁମତି ଭିକ୍ଷା କରିଛନ୍ତି। ଗତ ସପ୍ତାହରେ ତାଙ୍କ ଉଜ୍ଜ୍ୱଳ କ୍ୟାରିୟରର ପରିସମାପ୍ତି ଘଟାଇଥିବା ଯୁବରାଜ ବିଦେଶରେ ଲିଗ୍‌ ଖେଳି ସେଥିରୁ ମଜା ନେବାକୁ ଚାହାନ୍ତି ବୋଲି କହିଥିଲେ। ସୂଚନାଯୋଗ୍ୟ, ଭାରତୀୟ ଅଲରାଉଣ୍ଡର ଆଇପିଏଲରୁ ମଧ୍ୟ ଅବସର ନେଇସାରିଛନ୍ତି।

Share