ବିଦେଶରେ ଦେଶୀ ଲୁକ୍‌ରେ ନଜର ଆସିଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ବିବାହ ପରେ ଆମେରିକାରେ ରହୁଛନ୍ତି ସତ। ହେଲେ ଏବେବି ସେ ତାଙ୍କ ନିଜ ଦେଶର ପରମ୍ପରାକୁ ଭୁଲି ପାରି ନାହାଁନ୍ତି। ରବିବାର ସାରା ଭାରତରେ ଆଲୋକର ପର୍ବ ଦୀପାବଳି ପାଳନ କରାଯାଉଥିବା ବେଳେ ପ୍ରିୟଙ୍କା ମଧ୍ୟ ସୁଦୂର ଆମେରିକାରେ ସ୍ବାମୀ ନିକ୍‌ ଜୋନସଙ୍କ ସହ ଏହି ପର୍ବକୁ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି। ଆମେରିକାନ୍‌ ସିଙ୍ଗର ନିଜ୍‌ ଜେନେସଙ୍କୁ ବିବାହ କରିବା ପରେ ପ୍ରଥମ ଥର ଲାଗି ପ୍ରିୟଙ୍କା ଦୀପାବଳି ପାଳନ କରିଛନ୍ତି ତାହା ପୁଣି ଭାରତୀୟ ପରମ୍ପରା ଢଙ୍ଗରେ। ଏହି ପର୍ବ ପାଳନ କରିବା ପରେ ପ୍ରିୟଙ୍କା ସ୍ବାମୀଙ୍କ ସହ କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହାସହ ସୋସିଆଲ ମିଡିଆ ଜରିଆରେ ସେ ସମସ୍ତଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ଯାହା ତାଙ୍କ ପ୍ରଶଂସକଙ୍କୁ ବେଶ୍‌ ପସନ୍ଦ ଆସିଛି। ତେବେ ବିଦେଶରେ ଥାଇ ମଧ୍ୟ ସେ ଭାରତୀୟ ନାରୀ ଭଳି ଶାଢିପିନ୍ଧି ଶାଶୁଘର ପରିବାର ସହ ଦୀପାବଳି ପାଳନ କରିଛନ୍ତି।

Share