Categories: ଜାତୀୟ

ବିଦେଶରେ ବି ସାଥିରେ ରହିବେ ଏସ୍‌ପିଜି ସୁରକ୍ଷାକର୍ମୀ: ଅମାନ୍ୟ କଲେ ଯାତ୍ରା ହେବ ରଦ୍ଦ

ନୂଆଦିଲ୍ଲୀ,୭।୧୦: ଏଣିକି ବିଦେଶ ଗସ୍ତ ସମୟରେ ମଧ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ସାଥିରେ ଏସ୍‌ପିଜି ସୁରକ୍ଷାକର୍ମୀ ରହିବେ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ସ୍ପେଶାଲ ପ୍ରୋଟେକସନ୍‌ ଗ୍ରୁପ୍‌(ଏସ୍‌ପିଜି) ସୁରକ୍ଷା ପାଉଥିବା ବ୍ୟକ୍ତି ବିଦେଶ ଗସ୍ତ କଲେ ମଧ୍ୟ ସେମାନଙ୍କ ସହିତ ଏସ୍‌ପିଜି ସୁରକ୍ଷାକର୍ମୀ ଯିବେ। ଏହାର ଅମାନ୍ୟ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିଦେଶ ଯାତ୍ରା ରଦ୍ଦ କରାଯିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ସମ୍ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଏସ୍‌ପିଜି ସୁରକ୍ଷା ଦିଆଯାଇଛି। ରାହୁଲଙ୍କ କଲମ୍ବିଆ ଗସ୍ତ କରିବା ସୂଚନା ମିଳିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା କୁହାଯାଉଛି।

Share