Categories: ଫୁରସତ

ବିଦେଶରେ ରହିଛି ଅଜବ ନିୟମ, ଯିବା ପୂର୍ବରୁ ଜାଣନ୍ତୁ ଏ ସମ୍ପର୍କରେ…

ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ଶାନ୍ତିରେ କଟାଇବା ପାଇଁ ଲୋକେ ବାହାରେ ବୁଲାବୁଲି କରିବାକୁ ପସନ୍ଦ କରିଥା’ନ୍ତି। କିନ୍ତୁ ଯେଉଁ ସ୍ଥାନକୁ ବୁଲିବାକୁ ଯିବେ ସେଠାକାର ନୀତିନିୟମ ବା କାନୁନ୍‌ ବିଷୟରେ ଯଦି ଜାଣି ନ ଥିବେ ତେବେ ବହୁ ଅସୁବିଧାର ସମ୍ମୁଖୀନ ହେବେ। ଏପରିକି ଜରିମାନା ମଧ୍ୟ ଗଣିବାକୁ ପଡ଼ିବ। ଜାଣନ୍ତୁ ଏପରି କିଛି ନିୟମ ସମ୍ପର୍କରେ…


ବାର୍ସିଲେନାର ସମୁଦ୍ର ବେଳାଭୂମି ବୁଲିବାକୁ ଗଲେ ସୁଇମିଂ ଶୁଟ୍‌ ପିନ୍ଧି ଯିବା ପାଇଁ ବାରଣ ରହିଛି। ଏପରିକି ସମୁଦ୍ର କୂଳଠାରୁ କିଛିଦୂର ପର୍ଯ୍ୟନ୍ତ ସାର୍ବଜନିନ ସ୍ଥାନରେ ମଧ୍ୟ ସୁଇମିଂ ଶୁଟ୍‌ ପିନ୍ଧି ପାରିବେ ନାହିଁ। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ସହରକୁ ଅଧିକାଂଶ ପର୍ଯ୍ୟଟକ ଆସିଥା’ନ୍ତି। ଯଦି ଅର୍ଦ୍ଧଲଗ୍ନ ଅବସ୍ଥାରେ ଏଠାକୁ ଆସିବେ ତେବେ ୧୦୦ ପାଉଣ୍ଡ୍‌ ଜରିମାନା ଦେବାକୁ ପଡ଼ିବ।

ସେହିପରି ପର୍ତ୍ତୁଗାଲ ସମୁଦ୍ର ଭିତରେ ପରିସ୍ରା କଲେ ଦଣ୍ଡିତ ହେବାକୁ ଥିବା ବେଳେ ଜାପାନରେ ଆଲର୍ଜି ସୃଷ୍ଟି କଲା ପରି ଔଷଧ ପ୍ରତି କଟକଣା ରହିଛି। ତେଣୁ ଏଠାକୁ ଯିବାକୁ ହେଲେ ଥଣ୍ଡା କିମ୍ବା ଜ୍ୱର ଔଷଧ ନେଇ ଯାଇପାରିବେ ନାହିଁ।

Share