Categories: ଖେଳ

ବିଦେଶରେ ଶ୍ରେଷ୍ଠ ଭାରତୀୟ ଅଧିନାୟକ

ନୂଆଦିଲ୍ଲୀ,୨୬।୮: ନର୍ଥ ସାଉଣ୍ଡଠାରେ ଓ୍ବେଷ୍ଟଇଣ୍ଡିଜକୁ ୩୧୮ ରନ୍‌ରେ ହରାଇ ଭାରତୀୟ ଦଳ ବୃହତ୍‌ ବିଜୟ ହାସଲ କରିଛି। ବିରାଟ କୋହଲିଙ୍କ ନେତୃତ୍ୱରେ ବିଦେଶ ମାଟିରେ ଭାରତର ଏହା ଥିଲା ୧୨ତମ ବିଜୟ। ଏଥିସହ ବିଦେଶରେ କୋହଲି ସବୁଠୁ ସଫଳତମ ଭାରତୀୟ ଅଧିନାୟକ ହୋଇପାରିଛନ୍ତି। ଏପର୍ଯ୍ୟନ୍ତ ତାଙ୍କ ନେତୃତ୍ୱରେ ଭାରତ ବିଦେଶରେ ୨୬ ମ୍ୟାଚ୍‌ ଖେଳିଛି। ଏହି ଧାରାରେ ସେ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ପଛରେ ପକାଇ ଦେଇଛନ୍ତି। ଅଧିନାୟକ ଭାବେ ୪୯ ଟେଷ୍ଟ ଖେଳିଥିବା ଗାଙ୍ଗୁଲି ବିଦେଶରେ ୧୧ ମ୍ୟାଚ୍‌ ଜିତିଥିଲେ। ତାଙ୍କ ବ୍ୟତୀତ ବିଦେଶରେ ମହେନ୍ଦ୍ର ସିଂ ଧୋନୀ ୬ ଓ ରାହୁଲ ଡ୍ରାଭିଡ ୩ ବିଜୟ ହାସଲ କରିଥିଲେ।

Share