Categories: ଜାତୀୟ

ବିଦେଶରେ ସମ୍ମାନ ପାଇବାକୁ ମୋଦି ହକ୍‌ଦାର: ଶଶି ଥରୁର୍‌

ନୂଆଦିଲ୍ଲୀ, ୨୨।୯:ବିଦେଶରେ ସମ୍ମାନ ପାଇବାକୁ ମୋଦି ହକ୍‌ଦାର ବୋଲି କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର କହିଛନ୍ତି। ଯେତେବେଳେ ମୋଦି ଭାରତର ପ୍ରତିନିଧି ହିସାବରେ ବିଦେଶ ଗସ୍ତ କରୁଛନ୍ତି ସେତେବେଳେ ସେଠାରେ ତାଙ୍କୁ ସମ୍ମାନ ମିଳିବା ଉଚିତ୍‌। କିନ୍ତୁ ଯେତେବେଳେ ସେ ଦେଶରେ ରହୁଛନ୍ତି ଜନତା ତାଙ୍କୁ ପ୍ରଶ୍ନ କରିବା ସ୍ବାଭାବିକ। ଏହା ସେମାନଙ୍କର ଅଧିକାର ବୋଲି ଥରୁର କହିଛନ୍ତି। ସୂଚନାଯୋଗ୍ୟ, ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜୋରଦାର ସ୍ବାଗତ କରାଯାଇଥିଲା। ମୋଦି ହ୍ୟୁଷ୍ଟନର ଏଆରଜି ଷ୍ଚାଡିୟମରେ ଆୟୋଜିତ ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ଉପସ୍ଥିତ ୫୦ ହଜାର ଲୋକଙ୍କୁ ଉଦବୋଧନ ଦେବେ। ଏହି ସମୟରେ ମଞ୍ଚରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉପସ୍ଥିତ ରହିବେ। ଏହି କାର୍ଯ୍ୟକ୍ରମ ପୂର୍ବରୁ ଥରୁର ଏଭଳି ମନ୍ତବ୍ୟ ଦେଇଛନ୍ତି।

Share