Categories: ଜାତୀୟ

ବିଦେଶୀ ଅଭଯୋଗରେ ଅଟକ ଥିବା ସେନା ଅଧିକାରୀଙ୍କୁ ମିଳିଲା ଜାମିନ

ଗୁଆହାଟି,୭।୬: ପୂର୍ବତନ ସେନା ଅଧିକାରୀ ତଥା କାରଗିଲ ଯୁଦ୍ଧର ଭେଟେରାନ୍‌ ମହମ୍ମଦ ସାନାଉଲ୍ଲାଙ୍କୁ ଗୁଆହାଟି ହାଇକୋର୍ଟ ସୋମବାର ଜାମିନ ପ୍ରଦାନ କରିଛନ୍ତି। ସେ ଭାରତୀୟ ନାଗରିକ ହୋଇ ନ ଥିବା ଅଭିଯୋଗରେ କିଛିଦିନ ତଳେ ଅଟକ ଥିଲେ। ଏହାକୁ ନେଇ କୋର୍ଟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନୋଟିସ ମଧ୍ୟ ଜାରି କରିଛନ୍ତି। ସୂଚନାଯୋଗ୍ୟ, ରାଷ୍ଟ୍ରପତି ପଦକ ବିଜେତା ସାନାଉଲ୍ଲାଙ୍କୁ ବିଦେଶୀ ବୋଲି ଘୋଷଣା କରାଯାଇ ତାଙ୍କ ନାଁରେ ଏକ ମାମଲା ରୁଜୁ କରାଯାଇଥିଲା।

Share