ନୂଆଦିଲ୍ଲୀ, ୩-୯: ଘରୋଇ ବଜାରର ଆର୍ଥତ୍କ ସ୍ଥିତି ଭଲ ନଥିବାରୁ ଏହାର ପ୍ରଭାବ ବିଦେଶୀ ପୁଞ୍ଜି ନିବେଶକଙ୍କ ଉପରେ ପଡିଛି। ଏଥି ଲାଗି ନିବେଶକଙ୍କ ମନୋଭାବ ପ୍ରଭାବିତ ହୋଇଛି। ଫଳରେ ୨୦୧୮-୧୯ ଆର୍ଥତ୍କ ବର୍ଷରେ ଫରେନ ପୋର୍ଟଫୋଲିଓ ନିବେଶକ(ଏଫ୍ପିଆଇ)ମାନେ ବଜାରରୁ ୩୮,୯୩୦ କୋଟି ଟଙ୍କା ପ୍ରତ୍ୟାହାର କରି ନେଇଥିବା ବଜାର ନିୟନ୍ତ୍ରକ ସେବି ଏହାର ବାର୍ଷିକ ରିପୋର୍ଟରେ ଉଲ୍ଲେଖ କରିଛି। ନିବେଶକଙ୍କ ମନୋଭାବରେ ପରିବର୍ତ୍ତନ ଆଣିବା ଲାଗି ପୁଞ୍ଜି ଉଠାଣ, ଏଫ୍ପିଆଙ୍କ ଲାଗି ରହିଥିବା ନିୟମ, ଡାଟା ପ୍ରାଇଭେସି ଭଳି ବିଭିନ୍ନ ପ୍ରସଙ୍ଗକୁ ଧ୍ୟାନରେ ରଖାଯାଇଥିବା ବାର୍ଷିକ ରିପୋର୍ଟରେ ପ୍ରକାଶ ପାଇଛି।