Advertisement

ବିଦେଶୀ ପର୍ଯ୍ୟଟକଙ୍କ ଉପରେ ନଜର

ଫୁଲବାଣୀ ଅଫିସ, ୭ା୩ ସାରା ବିଶ୍ୱରେ ଏବେ କରୋନା ଭୟ। ଓଡିଶାରେ ବି ଏହାର ପ୍ରଭାବ ପଡିିଛି। ଏହାର ମୁକାବିଲା ଲାଗି କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ତପତ୍ରତା ପ୍ରକାଶ ହୋଇଛି। ଏହିକ୍ରମରେ ଶୁକ୍ରବାର ଜିଲା ପ୍ରଶାସନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। କନ୍ଧମାଳରେ ବହୁ ପର୍ଯ୍ୟଟନସ୍ଥଳୀ ଥିବାରୁ ବିଦେଶୀ ପର୍ଯ୍ୟଟକଙ୍କ ଉପରେ ଯାତାୟାତ ପାଇଁ କଟକଣା ଲଗାଯାଇଛି।
ଅନୁଷ୍ଠିତ ଜିଲାସ୍ତରୀୟ ଟାସ୍କଫୋର୍ସ ବୈଠକରେ ଜିଲାପାଳ ଡ଼ା. ବୃନ୍ଦା ଡ଼ି ଜନସାଧାରଣ କରୋନା ଠାରୁ କିପରି ଦୂରେଇ ରହିବେ ସେନେଇ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଜିଲାର ସମସ୍ତ ବିଭାଗ ଏ ନେଇ ନିଜ ସ୍ତରରେ ବିଭିନ୍ନ ହାଟ, ବଜାର, ଅଫିସରେ ଲୋକମାନଙ୍କୁ ଭିଡ଼ ସ୍ଥାନରେ ମୁହଁରେ ମାସ୍କ ପିନ୍ଧିବା, ଥଣ୍ଡା, କାଶ କିମ୍ବା ଜ୍ୱର ଲାଗି ରହିଲେ ଅନ୍ୟମାନଙ୍କଠାରୁ ଦୂରେଇ ରହିବା, ଏସବୁ ଲକ୍ଷଣ ଦେଖାଦେଲେ ତୁରନ୍ତ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ଲୋକମାନଙ୍କୁ ସଚେନତନ କରିବାକୁ ପରାମର୍ଶ ଦେଇଛନ୍ତି। ସେହିପରି ବିଭିନ୍ନ ଗ୍ରାମ ପଞ୍ଚାୟତ ତଥା ବଜାରହାଟରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ କରୋନା ସର୍ମ୍ପକରେ ସଚେତନ କରାଯିବାକୁ ମଧ୍ୟ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ା. ରାଜଶ୍ରୀ ପଟ୍ଟନାୟକ ଉପସ୍ଥିତ ରହି ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ କରୋନା ରୋଗର ଲକ୍ଷଣ, ଏହାର ନିରାକରଣ ଉପରେ ସଚେତନତା ପୋଷ୍ଟର ଲଗାଯାଇଥିବା ଏବଂ ପ୍ରଚାର ଗାଡି ଲୋକଙ୍କୁ ସଚେତନ କରିବ ବୋଲି କହିଛନ୍ତି। ଜିଲାକୁ ଯଦି କୌଣସି ବିଦେଶୀ ପଯର୍‌ୟଟକ ଆସନ୍ତି, ସେମାନଙ୍କର ତଥ୍ୟ ଦେବାକୁ ସମସ୍ତ ହୋଟେଲକୁ ନିର୍ଦ୍ଧେଶନାମା ଜାରି କରାଯାଇଛି ବୋଲି ସେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share