ବିଶ୍କେକ୍/ଗାନ୍ଧୀନଗର,୧୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସାଂଘାଇ ସହଯୋଗ ସଙ୍ଗଠନ (ଏସ୍ସିଓ) ସମ୍ମିଳନୀରେ ଯୋଗ ଦେବା ଲାଗି କିର୍ଗିଜସ୍ଥାନ ରାଜଧାନୀ ବିଶ୍କେକ୍ ଯାତ୍ରା କରିଛନ୍ତି। ହେଲେ ଏପଟେ ସାମୁଦ୍ରିକ ଝଡ଼ ‘ବାୟୁ’ ଗୁଜରାଟ ନିକଟବର୍ତ୍ତି ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ଥିବାରୁ ଏହାକୁ ନେଇ ସେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି। ବିଶ୍କେକ୍ ପହଞ୍ଚିବା ପରେ ତୁରନ୍ତ ସେ ବାତ୍ୟା ମୁକାବିଲା ସମ୍ପର୍କରେ ରୂପାନୀଙ୍କ ସହ କଥା ହୋଇଛନ୍ତି। ଏନେଇ କେନ୍ଦ୍ର ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ ରୂପାନୀଙ୍କୁ କହିଥିବା ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରକାଶ।