ବିଦେଶ ଫେରନ୍ତା ବ୍ୟକ୍ତି କରିନାହାନ୍ତି ନାମ ପଞ୍ଜିକରଣ: କେନ୍ଦୁଝରରେ ଭୟ

କେନ୍ଦୁଝର,୨୧।୩(ସ୍ବ.ପ୍ର.): କରୋନା ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦିନକୁ ଦିନ ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ନିକଟରେ ଦୁବାଇରୁ ଫେରିଥିବା ଜଣେ ଯୁବକ କେନ୍ଦୁଝର ସହରରେ ତାଙ୍କ ଶ୍ୱଶୁର ଘରେ ରହୁଛନ୍ତି। ମାତ୍ର ସେ ନିଜ ନାମ ପଞ୍ଜିକରଣ କରି ନ ଥିବାରୁ ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଏ ନେଇ ଜିଲା ପ୍ରଶାସନ ସୂଚନା ପାଇବା ପରେ ପୋଲିସ ଉକ୍ତ ଯୁବକଙ୍କ ନିକଟକୁ ଯାଇ ନାମ ପଞ୍ଜିକରଣ କରିବା ସହ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି।
ସେହିପରି ବିଦେଶ ଫେରନ୍ତା ଅନ୍ୟ ଦୁଇ ବ୍ୟକ୍ତି ନିଜ ଘରେ ରହିବା ସହ ଝୁମ୍ପୁରା ବଜାରରେ ବୁଲୁଥିବା ନେଇ ପ୍ରଶାସନ ସୂଚନା ପାଇବା ପରେ ପଦକ୍ଷେପ ନେଇଛନ୍ତି।

Share