Categories: ଜାତୀୟ

ବିଦେଶ ଯାତ୍ରା ପାଇଁ ରବର୍ଟଙ୍କୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୧୩।୯: ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କୁ ଶୁକ୍ରବାର ଆଶ୍ୱସ୍ତି ମିଳିଛି। ଦିଲ୍ଲୀର ସ୍ବତନ୍ତ୍ର ଅଦାଲତ ରବର୍ଟ ଭଦ୍ରାଙ୍କୁ ବିଦେଶ ଯିବାକୁ ଅନୁମତି ପ୍ରଦାନ କରିଛନ୍ତି। ପୂର୍ବରୁ ଏହି ମାମଲାରେ ଜାମିନରେ ଥିବା ଭଦ୍ରାଙ୍କୁ ବିଦେଶ ଯିବା ପାଇଁ କୋର୍ଟଙ୍କ ଅନୁମତିର ଆବଶ୍ୟକତା ଥିଲା। ହେଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଅଭିଯୋଗ ଥିଲା କି ରବର୍ଟ ବିଦେଶ ଗଲେ ପ୍ରମାଣ ନଷ୍ଟ କରିବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ, ଲଣ୍ଡନରେ ରବର୍ଟ ୧୯ ଲକ୍ଷ ପାଉଣ୍ଡ ମୂଲ୍ୟର ସମ୍ପତ୍ତି କ୍ରୟ ଉପରେ ତାଙ୍କ ନାଁରେ ମନିଂ ଲଣ୍ଡରିଂ ମାମଲା ରିହିଛି।

Share