ବିଦ୍ୟାଳୟରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଜଗତ୍‌ସିଂହପୁର ଅଫିସ,୬।୧୦: ଜଗତ୍‌ସିଂହପୁର ଜିଲା ବାଲିକୁଦା ଥାନା ଅଢଙ୍ଗ ପଞ୍ଚାୟତ ଅନ୍ତର୍ଗତ ଦାଗାଁରେ ଶନିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଉକ୍ତ ଗାଁରେ ଥିବା ବିଦ୍ୟାଳୟ (ବାତ୍ୟା ଆଶ୍ରୟସ୍ଥଳ) ବିଲ୍ଡିଂରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଯୁବକଙ୍କ ଶରୀରର ପାଖାପାଖି ୭୦ ଭାଗ ପୋଡ଼ିଯାଇଛି। ତେବେ ସମ୍ପୃକ୍ତ ଯୁବକ ଆତ୍ମହତ୍ୟା କରିଛନ୍ତି କି କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ତେବେ ବାଲିକୁଦା ପୋଲିସ କେସ୍‌ ନଂ. ୧୫/୧୯ରେ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ରବିବାର ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ପହଞ୍ଚତ୍ ତଦନ୍ତ ଚାଲିଛି। ଆଇଆଇସି ସର୍ବେଶ୍ୱର ବେହେରା ସୂଚନା ଦେଇ କହିଛନ୍ତି, ବିଦ୍ୟାଳୟ ବିଲ୍ଡିଂରେ ଜଣେ ଯୁବକ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଖବର ଶନିବାର ରାତି ପ୍ରାୟ ୧୨ଟାରେ ମିଳିଥିଲା। ପରେ ପୋଲିସ ସେଠାରେ ପହଞ୍ଚତ୍ଲାବେଳକୁ ଯୁବକ ବଞ୍ଚତ୍ଥିବା ଦେଖିଥିଲେ। ତାଙ୍କୁ କିଏ ହତ୍ୟା କରିଛି କି ସେ ଆତ୍ମହତ୍ୟା କରିଛନ୍ତି ତାହା କହି ନ ଥିଲେ । କେବଳ ତାଙ୍କ ଘର ଖୋର୍ଦ୍ଧା ବୋଲି କହିଥିଲେ । ତାଙ୍କ ବାମ ହାତରେ ସାମାନ୍ୟ କ୍ଷତ ଥିଲା । ପୋଷାକ ପୋଡିଯାଇଥିଲା। ନିକଟରେ ଏକ ଛୋଟ ଛୁରି, ଦିଆସିଲ କାଠି ଓ ଚପଲ ପଡ଼ିଥିଲା । ତେବେ କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ତଦନ୍ତ ପରେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ପୋଲିସ କହିଛି ।