Advertisement
Categories: କନ୍ଧମାଳ

ବିଦ୍ୟାଳୟ ଗେଟ୍‌ରେ ତାଲା ପକାଇଲେ ଛାତ୍ରୀଛାତ୍ର

ଶଙ୍କରାଖୋଲ,୨ା୮(ଡି.ଏନ.ଏ.)- ଶଙ୍କରାଖୋଲ ସରକାରୀ ଉଚ୍ଚ ବିଦ୍ୟାଳୟ ଗେଟ ସମ୍ମୁଖରେ ଗୁରୁବାର ସକାଳେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ର ତାଲା ପକାଇ ବିକ୍ଷୋଭ କରିଥିଲେ। ଗଣଶିକ୍ଷା ବିଭାଗର ନିୟମ ଅନୁଯାୟୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଟି ଉଚ୍ଚ ବିଦ୍ୟାଳୟରେ ମିଶିବା ପାଇଁ ନିର୍ଦ୍ଦେଶ ରହିଛି। ପ୍ରତିଦିନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର ୧୫୭ ନଂ. ଜାତୀୟ ରାଜପଥ ଅତିକ୍ରମ କରି ମଧ୍ୟାହ୍ନ ଭୋଜନ ଖାଇବାକୁ ଉଚ୍ଚ ବିଦ୍ୟାଳୟକୁ ବିପଦପୂର୍ଣ୍ଣ ଭାବେ ଯାଉଛନ୍ତି। ଅଭିଭାବକ ଓ ଜନ ପ୍ରତିନିଧି ଦୁର୍ଘଟଣା ଆଶଙ୍କାରେ ଏହାକୁ ବିରୋଧ କରିଆସୁଛନ୍ତି। ପରେ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଗନ୍ନାଥ ସାହାଣୀଙ୍କ ଅଧ୍ୟକ୍ଷତାରେ ବୈଠକ ବସି ଅଗଷ୍ଟ ୧ରୁ ଉଚ୍ଚ ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀ ରହିବ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢାଯିବା ସହ ମଧ୍ୟାହ୍ନ ଭୋଜନ ପାଇଁ ସ୍ଥିର ହୋଇଥିଲା। କିନ୍ତୁ ଉଚ୍ଚ ବିଦ୍ୟାଳୟର ଷଷ୍ଠରୁ ଅଷ୍ଟମ ଛାତ୍ରୀଛାତ୍ର ପରିବେଶ ଭଲ ନ ଥିବାରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବୁ ନାହିଁ ବୋଲି ଅଡିବସି ବିକ୍ଷୋଭ କରିଥିଲେ। ପ୍ରଧାନଶିକ୍ଷକ ପହଞ୍ଚତ୍ ତାଲାଭାଙ୍ଗି ବିଦ୍ୟାଳୟ ଖୋଲିଥିଲେ। ପରେ ଜିଲା ଶିକ୍ଷା ଅଧିକାରୀ ବିଳାଶ ଚନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ ଟିକାବାଲି ବିଇଓ ଗୁଣମଣି ପାଟ୍ଟଯୋଶୀ ପହଞ୍ଚତ୍ ସମସ୍ତଙ୍କୁ ଡାକି ବୈଠକ କରି ସମସ୍ୟାର ସମାଧାନ କରିଥିଲେ। ଯେଉଁମାନେ ଛାତ୍ରୀଛାତ୍ରଙ୍କୁ ମିଶଗାଇଡ କରିବେ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel