ବିଦ୍ୟୁତ୍‌ ଆଘାତରେ ଓରିକନ ଜଳସମ୍ପଦ ବିଭାଗ କର୍ମଚାରୀଙ୍କ ମୃତ୍ୟୁ

ନିଶ୍ଚିନ୍ତକୋଇଲି,୨୦।୨(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଅଧୀନ ଓରିକନ ଜଳସମ୍ପଦ ବିଭାଗର ଖଲାସୀ ସୁରେନ୍ଦ୍ର ଆଚାର୍ଯ୍ୟ (୪୨)ଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି। ସେ ନଦୀବନ୍ଧ ସର୍ଭେ କରୁଥିବା ବେଳେ ମାପରେ ବ୍ୟବହାର ହୋଇଥିବା ଷ୍ଟାପ ୧୧ କେଭି ବିଦ୍ୟୁତ ତାର ସଂସ୍ପଶର୍ର୍ରେ ଆସିଯାଇଥିଲେ। ଘଟଣାସ୍ଥଳରେ ସେ ଗୁରୁତର ହୋଇଥିଲେ। ତାଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବିଭାଗୀୟ ଯନ୍ତ୍ରୀଙ୍କ ଅଭିଯୋଗ କ୍ରମେ ନେମାଳ ଥାନା ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଇଛି। ଅପରପକ୍ଷେ ଏହି ଅଘଟଣ ପାଇଁ ପରିବାରଲୋକେ ଉଭୟ ବିଦ୍ୟୁତ୍‌ ବିଭାଗ ଓ ଜଳସେଚନ ବିଭାଗୀୟ ଯନ୍ତ୍ରୀକୁ ଦାୟୀ କରିଛନ୍ତି ।

Share