ଭଦ୍ରକ ଅଫିସ,୧ା୬: ସୋମବାର ସକାଳୁ ବିଦ୍ୟୁତ୍ ଆଘାତରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ କୁରଣ୍ଡ ଗ୍ରାମର ଗୌରାଙ୍ଗ ମୁଦୁଲି ବୋଲି ଜଣାପଡ଼ିଛି। ସେ ସକାଳୁ ଏକ ବିଦ୍ୟୁତ୍ ତାରରେ ଲାଗିଯାଇଥିଲେ। ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।