Categories: ଗଞ୍ଜାମ

ବିଦ୍ୟୁତ୍‌ ଆଘାତରେ ଜଣେ ଗୁରୁତର

ବୁଗୁଡ଼ା,୨୬ା୮(ଡି.ଏନ.ଏ.)-ବୁଗୁଡ଼ା ବିଏସ୍‌ଏନ୍‌ଏଲ କାର୍ଯ୍ୟାଳୟ ଟେଲିଫୋନ ବିଭାଗରେ କାର୍ଯ୍ୟରତ ଜଣେ ଅସ୍ଥାୟୀ କର୍ମଚାରୀ ବିଦ୍ୟୁତ ଆଘାତରେ ସୋମବାର ଗୁରୁତର ହୋଇଛନ୍ତି। ସେ ହେଲେ ଧୋବା ସାହୁ। ଧୋବା ଅପରାହ୍ନରେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଛାତ ଉପରେ ରହି ଟେଲିଫୋନ ତାର ସଜାଡୁ ଥିଲେ। ଏହି ସମୟରେ ଉକ୍ତ ଛାତ ଉପର ଦେଇ ଯାଇଥିବା ୧୧ କେଭି ତାର ତାଙ୍କ ସଂସ୍ପର୍ଶରେ ଆସିବାରୁ ସେ ଛାତ ଉପରେ କିଛି ଦୂରରେ ଛିଟିକି ପଡ଼ି ଯାଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ କର୍ମଚାରୀଙ୍କୁ ଉଦ୍ଧାର କରି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ବ୍ରହ୍ମପୁର ମେଡିକାଲକୁ ପଠାଯାଇଥିଲା। ସ୍ବାସ୍ଥ୍ୟକେନ୍ଦ୍ରର ଛାତ ଉପରେ ୧୧ କେଭି ତାର କିପରି ଯାଇଥିଲା ଏବଂ ଯଦି ଯାଇଥିଲା ତେବେ କେବଲ ଗୁଡ଼ାଯାଇ ନ ଥିବା ନେଇ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।