ବିଦ୍ୟୁତ୍‌ ଆଘାତରେ ଯୁବକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ଧାରଣା

ଧାମନଗର,୫।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ କଲ୍ୟାଣି ଗ୍ରାମର ଜଣେ ଯୁବକ ବିଦ୍ୟୁତ୍‌ ଆଘାତରେ ପ୍ରାଣ ହରାଇଛନ୍ତି। ମୃତକ ହେଲେ ଭାସ୍କର ବେହେରା। ସୋମବାର ରାତିରେ ଭାସ୍କର ପାଇଖାନା ଯାଇଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିବା ଯୋଗୁ ମୃତ୍ୟୁ ଘଟିଥିଲା।  ସ୍ଥାନୀୟ ଲୋକେ ମଙ୍ଗଳବାର ଧାମନଗର ବିଦ୍ୟୁତ୍‌ କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହ ରଖି ଧାରଣାରେ ବସିଛନ୍ତି। ବିଦ୍ୟୁତ୍‌ ବିଭାଗର ଖାମଖିଆଲି କାମ ପାଇଁ ଭାସ୍କରଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରିବାସହ କ୍ଷତିପୂରଣ ଦାବି କରିଛନ୍ତି।