ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ

ପଦ୍ମପୁର,୧୩।୧୧(ଡି.ଏନ୍‌.ଏ.): ବାସୁଦେବପୁର ବ୍ଲକ ଅଧୀନ ରାଧାବଲ୍ଲଭପୁର ଗ୍ରାମର ଜଣେ ଯୁବକଙ୍କ ବିଦ୍ୟୁତ୍‌ ଆଘାତରେ ବୁଧବାର ମୃତ୍ୟୁ ଘଟିଛି। ସେ ହେଲେ ପ୍ରହଲ୍ଲାଦ ଜେନା।

ସୂଚନାନୁଯାୟୀ, ପ୍ରହଲ୍ଲାଦ ନିଜ ଚାଷ ଜମିକୁ ଯାଇଥିବା ବେଳେ ଧାନବିଲ ଦେଇ ଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯାଇଥିଲେ। ପରିବାରଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।