ବିଦ୍ୟୁତ୍‌ ଆଘାତରେ ୨ ଯୁବକ ମୃତ

ରସାଳପୁର, ୧୮ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ହିଡ଼ିଗଁାରେ ଶନିବାର ଅପରାହ୍ନରେ ବିଦ୍ୟୁତ୍‌ ଆଘାତ ଲାଗି ୨ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ପ୍ରଦୀପ ଜେନା ଓ ଲାଇନମ୍ୟାନ ସତ୍ୟନାରାୟଣ ଦାସ।
ଗତ ଦୁଇ ଦିନ ତଳେ ହିଡ଼ିଗଁାର ନାରାୟଣ ଜେନାଙ୍କ ଘର ନିକଟରେ ଏକ ବିଦ୍ୟୁତ୍‌ ତାର ତଳକୁ ଝୁଲି ରହିଥିଲା। ବିପଦ ଆଶଙ୍କା କରି ଗ୍ରାମବାସୀ ଚାନ୍ଦିପୁର ଷ୍ଟ୍ରକଚର୍‌ରେ ଏନେଇ ଅଭିଯୋଗ କରିଥିଲେ। ଶନିବାର ଲାଇନ୍‌ମ୍ୟାନ୍‌ ସତ୍ୟନାରାୟଣ ପହଞ୍ଚତ୍ ନାରାୟଣ ଜେନାଙ୍କ ପରିବାର ଲୋକଙ୍କୁ ତାଙ୍କ ଘରବାଡ଼ିରେ ଥିବା ଗଛଡାଳ କାଟିବାକୁ ଅନୁରୋଧ କରିଥିଲେ। ନାରାୟଣଙ୍କ ପୁଅ ପ୍ରଦୀପ ଗଛଡାଳ କାଟୁଥିବା ବେଳେ ଲାଇନମ୍ୟାନ୍‌ ସତ୍ୟନାରାୟଣ ଓହଳି ପଡ଼ିଥିବା ବିଦ୍ୟୁତ ତାରକୁ ଟାଣିବା ବେଳେ ଉକ୍ତ ତାର ଛିଡ଼ିଯାଇ ତାଙ୍କ ଉପରେ ପଡିଯାଇଥିଲା। ୧୧ କେଭି ବିଦ୍ୟୁତ ତାରରେ ଗୁଡ଼ାଇ ହୋଇଯିବାରୁ ବିଦ୍ୟୁତ୍‌ ପ୍ରବାହ ଯୋଗୁ ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଚାନ୍ଦିପୁର ପୋଲିସ୍‌ ୨ଟି ପୃଥକ ମାମଲା (ନଂ.୧୩/୧୯ ଏବଂ ୧୪/୧୯) ରୁଜୁ କରିଛି। ଅପର ପକ୍ଷରେ ପ୍ରଦୀପ ଜେନାଙ୍କ ପରିବାର ସଦସ୍ୟମାନେ ଶବ ବ୍ୟବଚ୍ଛେଦକୁ ବିରୋଧ କରି ତୁରନ୍ତ ବିଦ୍ୟୁତ୍‌ ବିଭାଗ ପକ୍ଷରୁ କ୍ଷତିପୂରଣ ଦେବା ପାଇଁ ଅଡି ବସିଛନ୍ତି ।