Categories: ମେଟ୍ରୋ

ବିଦ୍ୟୁତ୍‌ କର୍ମଚାରୀଙ୍କର ନିଘା ନାହିଁ: ଦିନ ଦିନ ଧରି ଅନ୍ଧାରରେ କଣାସ ଅଞ୍ଚଳ

କଣାସ, ୧୮।୭(ସ୍ବ.ପ୍ର.)-ଫନୀ ପରେ ଦୁଇମାସ ଧରି କଣାସ ଅଞ୍ଚଳ ଅନ୍ଧାରେ ରହିବାପରେ କେତେକ ଅଞ୍ଚଳକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିଲା। ମାତ୍ର ସାମାନ୍ୟ ପବନ ହୋଇ ଗଛରୁ ପତ୍ର ହଲିଲେ ସଙ୍ଗେ ସଙ୍ଗେ ବିଦ୍ୟୁତ୍‌ କାଟ୍‌ କରାଯାଉଥିବାରୁ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଗତ ୧୭ ତାରିଖ ଦିନ ଅପରାହ୍ନ ୩ଟା ସମୟରେ ବର୍ଷା ପବନ ଆସିବାରୁ କଣାସ ଅଞ୍ଚଳରୁ ବିଦ୍ୟୁତ୍‌ କାଟ ହୋଇଥିଲା। ତେବେ ୨୫ଘଣ୍ଟା ଧରି ବିଚ୍ଛିନ୍ନ ହେବାପରେ ୧୮ତାରିଖ ଅପରାହ୍ନ ୪ଟା ସମୟରେ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିଲା। ଏହି ସମ୍ପର୍କରେ କଣାସ ସେସୁ କନିଷ୍ଠଯନ୍ତ୍ରୀ ସରୋଜ କୁମାର ବୋହେରାଙ୍କ ସହିତ ଟେଲିଫୋନ ଯୋଗେ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରି ନ ଥିଲା। ବିଦ୍ୟୁତ୍‌ କାର୍ଯ୍ୟାଳୟରେ କାର୍ଯ୍ୟକରୁଥିବା କର୍ମଚାରୀଙ୍କୁ ଏ ସମ୍ପର୍କରେ ପଚାରିବାରୁ ଖୋର୍ଦ୍ଧାରୁ ବିଦ୍ୟୁତ୍‌ କାଟ ହେଉଥିବା କହିଥିଲେ।

Share