ବିଦ୍ୟୁତ୍‌ କର୍ମଚାରୀଙ୍କୁ ମାଡ଼ ମାରି ଥାନା ଅଧିକାରୀ ଗଲେ

କଣ୍ଟାବାଞ୍ଜି,୨୨।୪(ଡି.ଏନ.ଏ.)
କଣ୍ଟାବାଞ୍ଜି ଥାନା ଅଧିକାରୀ ବିଜୟାନନ୍ଦ କରକରା ଜଣେ ବିଦ୍ୟୁତ୍‌ କର୍ମଚାରୀଙ୍କୁ ମାଡ଼ ମାରି ଅନ୍ୟତ୍ର ବଦଳି ହୋଇଛନ୍ତି। ଗତ ୧୬ ତାରିଖ ବିଦ୍ୟୁତ୍‌ ବିଭାଗର କେତେକ କର୍ମଚାରୀ ବିଭାଗୀୟ ଗାଡିରେ ଡ୍ୟୁଟି କରୁଥିଲେ। ହେଲେ ଇନ୍ଦିରା ଛକ ନିକଟରେ ପୋଲିସ ବିଦ୍ୟୁତ୍‌ ବିଭାଗର ଏହି ଗାଡିକୁ ଅଟକାଇଥିଲା। ସମସ୍ତ କର୍ମଚାରୀ ମାସ୍କ ପିନ୍ଧି ଥିଲେ। ହେଲେ ମାଡ ଖାଇଥିବା ଏହି କର୍ମଚାରୀ ଜଣକ ନିଜର ମାସ୍କ ଟ୍ରାନ୍ସଫର୍ମର ତେଲରେ ଓଦା ହୋଇଥିବାରୁ ହାତରେ ଧରିଥିଲେ। ଥାନା ଅଧିକାରୀ କିନ୍ତୁ ବୁଝିବା ବଦଳରେ ତାଙ୍କୁ ମାଡ ମାରିଥିଲେ। ଏଭଳିକି ସେ ଅନ୍ୟ ବିଦ୍ୟୁତ୍‌ କର୍ମଚାରୀଙ୍କ ଅନୁରୋଧକୁ ଶୁଣି ନ ଥିଲେ। ଏହି ଘଟଣା ମୋବାଇଲରେ ଭାଇରାଲ ହେବାରୁ ବିଦ୍ୟୁତ୍‌ କର୍ମଚାରୀ ସଂଘର ନଜରକୁ ଆସିଥିଲା। ସଂଘ ଏହାକୁ ଜିଲାପାଳ, ଡିଆଇଜି ଓ ବିଭାଗୀୟ ଅଧିକାରୀଙ୍କୁ ଲେଖି ଜଣାଇଥିଲା। ଶେଷରେ ସ୍ଥାନୀୟ ଏସ୍‌ଡିପିଓ ଅଫିସରେ ଜିଲା ପ୍ରଶାସନ ତରଫରୁ ଏକ ଟିମ୍‌ ଅନୁସନ୍ଧାନ କରିଥିଲା। ଏହି ରିପୋର୍ଟକୁ ଆଧାର କରି ଥାନା ଅଧିକାରୀଙ୍କୁ ଜିଲା ମୁଖ୍ୟାଳୟକୁ ବଦଳି କରାଯାଇଛି।

Share