ବିଦ୍ୟୁତ୍‌ କାଟ ପାଇଁ ସେସୁ ପ୍ରସ୍ତୁତ

ଭୁବନେଶ୍ୱର,୧୦ା୧(ବ୍ୟୁରୋ): ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି (ସେସୁ) ଜାନୁୟାରୀ ୧୬ ତାରିଖ ପରଠାରୁ ବିଦ୍ୟୁତ୍‌ ବକେୟା ଦେଇ ନ ଥିବା ଉପଭୋକ୍ତାଙ୍କର ବିଦ୍ୟୁତ୍‌ ବିଚ୍ଛିନ୍ନ କରିବାକୁ ନିଷ୍ପତ୍ତି ନେଇଛି। ଗଣମାଧ୍ୟମକୁ ସୂଚନା ଦେଇ ସେସୁର ସିଇଓ ଅରୁଣ ବୋଥ୍ରା କହିଛନ୍ତି ଯେ ବିଦ୍ୟୁତ୍‌ ବିଲ୍‌ ବାକି ରଖିଥିବା ଉପଭୋକ୍ତାଙ୍କ ବିଦ୍ୟୁତ୍‌ ବିଚ୍ଛିନ୍ନ କରିବା ପାଇଁ ୪୧୩ଟି ସ୍କ୍ବାଡ ଗଠନ କରାଯାଇଛି। ସ୍ବତନ୍ତ୍ର ଡ୍ରାଇଭ ଆସନ୍ତା ୧୬ ତାରିଖରୁ ଆରମ୍ଭ କରାଯିବ। ବକେୟା ରଖି୍‌ଥିବା ୧୧,୫୯୭ଟି ଗାଁକୁ ଚିହ୍ନଟ କରାଯାଇଛି। ସେସୁର ୨୦ଟି ଡିଭିଜନରେ ଥିବା ଏହି ଗ୍ରାମଗୁଡିକରେ ବିଦ୍ୟୁତ୍‌ କାଟ ଅଭିଯାନ ଆରମ୍ଭ ହେବ। ବକେୟା ଦେଇ ନ ଥିବା ସମୁଦାୟ ୭ ଲକ୍ଷ ଉପଭୋକ୍ତାଙ୍କ ମଧ୍ୟରୁ ୧.୧୦ ଲକ୍ଷ ଗ୍ରାହକ ୨୧ କୋଟି ଟଙ୍କାର ବକେୟା ପ୍ରଦାନ କରିଛନ୍ତି। ବିଦ୍ୟୁତ୍‌ କାଟ କରିବା ଆମର ଉଦ୍ଦେଶ୍ୟ ନୁହେଁ। ଏହା ଛଡା ସେସୁ ପାଖରେ ଅନ୍ୟ କିଛି ବିକଳ୍ପ ନାହିଁ। ଯଦି ଉପଭୋକ୍ତାମାନେ ନିୟମିତ ଭାବେ ବିଦ୍ୟୁତ୍‌ ବକେୟା ଦେବେ ନାହିଁ ତେବେ ବାଧ୍ୟ ହୋଇ ଏଭଳି ପଦକ୍ଷେପ ନେବାକୁ ପଡୁଛି ବୋଲି ବୋଥ୍ରା କହିଛନ୍ତି।

Share