ବିଦ୍ୟୁତ୍‌ ଖୁଣ୍ଟ , ଗଛ ନ ଉଠିବାରୁ ଧାରଣା

ବେତନଟୀ, ୫ା୨(ଡି.ଏନ୍‌.ଏ.)- ବେତନଟୀ ବଜାରରେ ନୂତନ ରାସ୍ତା ନିର୍ମାଣ ଚାଲିଥିବା ବେଳେ ବିଦ୍ୟୁତ୍‌ ଖୁଣ୍ଟ ଓ ଗଛ ନ ଉଠିବାରୁ ବେତନଟୀ ସିଭିଲ୍‌ ସୋସାଇଟି ସଂଗଠନ ପକ୍ଷରୁ ବଙ୍ଗଳାଛକ ନିକଟ ପୂର୍ତ୍ତ ବିଭାଗ ଫାଟକ ସମ୍ମୁଖରେ ମଙ୍ଗଳବାର ଧାରଣା ଦିଆଯାଇଥିଲା। ଖବରପାଇ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଏ ସମ୍ପର୍କରେ ସିଭିଲ୍‌ ସୋସାଇଟିର ମୁଖ୍ୟ କର୍ମକର୍ତ୍ତା ସଚ୍ଚିଦାନନ୍ଦ ମହାନ୍ତିଙ୍କୁ ପଚାରିବାରୁ ଗଛ କାଟିବା ବିଳମ୍ବ ହେଉଥିବାରୁ ବିଭାଗୀୟ ଜେ.ଇ. ସ୍ବତନ୍ତ୍ର ଭାବେ ଗଛ କାଟିବା ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଅବଗତ କରାଇ ଯଥା ଶୀଘ୍ର ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିବା କହିଛନ୍ତି।