Categories: ମେଟ୍ରୋ

ବିଦ୍ୟୁତ୍‌ ଚୋରି ଅଭିଯୋଗ

ଗୋପ, ୮।୬(ଡି.ଏନ୍‌.ଏ.)-ସାମୁଦ୍ରିକ ଝଡ଼ ଫନୀରେ ଗୋପ ବ୍ଲକରେ ହଜାର ହଜାର ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ପଡ଼ିବା ସହ ବିଦ୍ୟୁତ୍‌ ତାର ଛିଣ୍ଡି ପଡ଼ିଥିଲା। ବିଭାଗ ପକ୍ଷରୁ ଏବେ ଉପଭୋକ୍ତାମାନଙ୍କୁ ବିଦ୍ୟୁତ୍‌ ଯୋଗାଇ ଦିଆଯିବାକୁ କାର୍ଯ୍ୟ ଚାଲିଥିବାବେଳେ କେତେକ ଜାଗାରେ ବିଦ୍ୟୁତ୍‌ ସ୍ବାଭାବିକ ହୋଇଛି। ମାତ୍ର ବିଦ୍ୟୁତ୍‌ ସ୍ବାଭାବିକ ହେବା ପରେ ଗୋପ ବଜାର, ବେଗୁନିଆ, ନାଗପୁର, ବେଦପୁର, କୁଶୁପୁର ସହିତ ଆଉ କେତେକ ସ୍ଥାନରେ କେତେକ ଅସାଧୁ ବ୍ୟକ୍ତି ବିଦ୍ୟୁତ୍‌ ଖୁଣ୍ଟରୁ ବେଆଇନ୍‌ ଭାବରେ ବିଦ୍ୟୁତ୍‌ ଚୋରି କରୁଥିବା ନେଇ ଅଭିଯୋଗ ହୋଇଛି। ଏହାକୁ ନେଇ ଉପଭୋକ୍ତାମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଅଭିଯୋଗ ପରେ ବି ବିଭାଗୀୟ ଯନ୍ତ୍ରୀଙ୍କ ନିରବତା ସମସ୍ତଙ୍କୁ ଚକିତ କରିଛି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ନିଳାଞ୍ଚଳ ପାତ୍ରଙ୍କୁ ପଚାରିବାରେ ମୋ ନିକଟରେ କେତେକ ଅଭିଯୋଗ ପହଞ୍ଚତ୍ଛି। ନିଶ୍ଚିତ ଭାବରେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବା ସହ ବେଆଇନ୍‌ ବିଦ୍ୟୁତ କଟାଯିବ ବୋଲି ସେ କହିଥିଲେ।

Share