ବିଦ୍ୟୁତ୍‌ ତାର ଛିଡ଼ି ମା’ଝି’ର ମୁ୍‌ର୍‌ତୁ ଘଟନା: ପରିବାରକେ ମିଲ୍‌ଲା ୫ ଲାଖ୍‌ କ୍ଷତିପୂରନ

 

ନୂଆପଡା ଅଫିସ/ସିନାପାଲି/ବରଗାଁ,୪ା୧(ଡି.ଏନ୍‌.ଏ.)-
ନୂଆପଡ଼ା ଜିଲା ସିନାପାଲି ଥାନା ଅଧୀନ ମଖାପଦର ଗଁାରେ ୧୧ କେଭି ବିଦ୍ୟୁତ୍‌ ତାର ଛିଡ଼ି ଗୁଟେ ପରିବାରର ମା’ଝି’ର ମୁର୍‌ତୁ ହେଇଥିଲା। ଘଟନାର ୪୮ ଘଁଟା ଉତାରୁ ବିଦ୍ୟୁତ୍‌ ବିଭାଗ୍‌ ପୀଡ଼ିତ ପରିବାରକେ ସାହାଯ୍‌ ଟଁକା ଦେଇଛେ। ଶୁକୁରବାର ଦିନ୍‌ବେଲା ବିଦ୍ୟୁତ୍‌ ବିଭାଗର ଅଧ୍‌କାରୀମାନେ ଆସି ପୀଡ଼ିତ ପରିବାରକେ ୫ ଲାଖ୍‌ ଟଁକାର ଚେକ୍‌ ଦେଇଛନ୍‌।
ପୂରବର ସୂଚନା ହିସାବେ ବୁଧୁବାର ଦିନର ୨ବଜେ ଘର କାମ୍‌ରେ ପାଏନ୍‌ ଦେବାକେ ମା’ଝି’ ଯାଉଥିଲାବେଲେ ସିନାପାଲିରୁ ମଖାପଦର ଦେଇ ଯାଇଥିବାର ୧୧ କେଭି ଜିଁଲା ବିଦ୍ୟୁତ୍‌ ତାର ଛିଡ଼ି ପଡ଼ିଥିଲା। ତାର ଛିଡ଼ି ପହେଲା ଝି’ ଦୁସିଲା(୯)କଁର ଉପରେ ପଡ଼ିଥିଲା। ସେ ବିଦ୍ୟୁତ୍‌ ଆଘାତରେ ଛଟପଟ ହେଲାବେଲେ ତାହାକୁ ବଁଚାବାକେ ଯାଇ ମା’ ତରୁଲତା(୪୫) ବି ସେଥ୍‌ରେ ଲଟ୍‌କି ଯାଇଥିଲେ। ବିଦ୍ୟୁତ୍‌ ଆଘାତରେ ସେଠାନେ ମା’ଝି’ର ମୁର୍‌ତୁ ହେଇଯାଇଥିଲା। ଇ ଖବର ପାଏଲା ଉତାରୁ ଭାଜପା ଜିଲା ସଭାପତି ସୁବ୍ରତ କୁମାର ଠାକୁର ଆର ଦଲିତ ଅଧିକାର ମଞ୍ଚର ଜିଲା ସଭାପତି କମଳ ଚରଣ ତାଣ୍ଡି ଘଟନାଥଲରେ ପୁହୁଁଚି ପରଶାସନ ଆଘେ କ୍ଷତିପୂରନ ଦେବାକେ ଦାବି କରିଥିଲେ। ପୀଡ଼ିତ ପରିବାରକେ ସାହାଯ୍‌ ନାଇଁ ଦେବାର ତକ୍‌ ଶବ ଛଡ଼ା ନାଇଁଯାଏ ବଲି ସେମାନେ ଅଡ଼ି ବସିଥିଲେ। ପଛେ ଥାନୀଅ ତହସିଲଦାର ଆର ବିଦ୍ୟୁତ୍‌ ବିଭାଗ ଏସ୍‌ଡିଓ ଘଟନାଥଲରେ ପୁହୁଁଚି ଲୁକ୍‌କୁ ବୁଝାଶୁଝା କରବାର ସଂଗେ ସାହାଯ୍‌ ଦେବାକେ କଥା ଦେଇଥିଲେ। ଅଧ୍‌କାରୀମାନକର କଥା ପାଏଲା ଉତାରୁ ଶବ ଉଠିଥିଲା। ଅଧ୍‌କାରୀମାନେ ଦେଇଥିବାର କଥା ହିସାବେ ଶୁକୁରବାର ବେଲାକେ ସିନାପାଲି ତହସିଲଦାର କପିଳଦେବ ସାହୁ ଆର ବିଦ୍ୟୁତ୍‌ ବିଭାଗ ଏସ୍‌ଡିଓ ଗଗନ ଜେନା ପୁହୁଁଚି ତରୁଲତାକଁର ଆପ୍‌ନେ ରାମଚଣ୍ଡୀକୁଁ ଭେଟି ୫ ଲାଖ୍‌ ଟଁକାର ଚେକ ଦେଇଥିଲେ। ଇ ସମିଆରେ ରାମଚଣ୍ଡୀକଁର ସଂଗେ ଭାଜପା ଜିଲା ସଭାପତି ଠାକୁର ଆର ଦଲିତ ଅଧିକାର ମଞ୍ଚର ସଭାପତି ତାଣ୍ଡି, ସରପଁଚ୍‌ ବଳଦେବ ମାଝିକଁର ସମେତ ଗଁାବାସୀ ଉପସ୍ଥିତ ଥିଲେ। ଘଟନା ଦିନ ତହସିଲଦାର ରେଡକ୍ରସ ପଁାଠିରୁ ପୀଡ଼ିତ ପରିବାରକେ ୨୦ ହଜାର ଟଁକା ସାହାଯ୍‌ ଦେଇଥିଲେ। ହେଲେ ଇ ଘଟନାର ତଦଁତ୍‌ କରି କାମ୍‌ରେ ଖିଲାପି କରିଥିବାର ଅଧ୍‌କାରୀ, କରମ୍‌ଚାରୀକଁର ବିରୋଧ୍‌ନେ କଡ଼ା ପଦକ୍ଷେପ ନେବାକେ ଗଁାବାସୀ ଦାବି କରିଛନ୍‌।

Share