Categories: ଅନୁଗୋଳ

ବିଦ୍ୟୁତ୍‌ ତାର ଛିଣ୍ଡି ୧ ମଇଁଷି, ୨ ପୋଢ ମୃତ

ଛେଣ୍ଡିପଦା,୧୪।୭(ସ୍ବ.ପ୍ର)-ନିଶା ଶିଳ୍ପାଞ୍ଚଳ ଥାନା ପିତାବଳି ଛକ ନିକଟରେ ୧୧ କେଭି ବିଦ୍ୟୁତ୍‌ ତାର ଛିଣ୍ଡି ରବିବାର ଗୋଟିଏ ମଇଁଷି ଓ ୨ଟି ପୋଢ଼ର ମୃତ୍ୟୁ ଘଟିଛି। ଘଟଣାରୁ ଜଣାପଡ଼ିଛି, ପରଙ୍ଗ ଗ୍ରାମର ମଧୁସୂଦନ ପାତ୍ରଙ୍କ ପୋଢ଼ ଓ ମଇଁଷି ରବିବାର ପିତାବଳି ଛକ ନିକଟରେ ଥିବା ପଡ଼ିଆରେ ଚରୁଥିଲେ। ଉକ୍ତ ପଡିଆ ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ୍‌ ତାର ଅପରାହ୍ନରେ ଛିଣ୍ଡି ପଡିବାରୁ ପୋଢ଼ ଓ ମଇଁଷିଙ୍କ ଉପରେ ପଡି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୩ ଟି ପୋଢ଼ ଓ ମଇଁଷିଙ୍କ ମୃତ୍ୟୁ ଘଟିଥିଲା। ଉକ୍ତ ସ୍ଥାନରେ ଦୀର୍ଘଦିନ ହେବ ବିଦ୍ୟୁତ୍‌ ତାର ଝୁଲି ରହିଥିବା ନେଇ ସେସୁ ବିଭାଗୀୟ ଯନ୍ତ୍ରୀ ଓ ଏସ୍‌ଡିଓଙ୍କ ଦୃଷ୍ଟି ଆକର୍ଷଣ ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ସେସୁ ବିଭାଗ ମଧୁସୂଦନଙ୍କୁ କ୍ଷତିପୂରଣ ଯୋଗାଇ ଦେବା ପାଇଁ ସ୍ଥାନୀୟବାସୀ ଦାବି କରିଛନ୍ତି।