ବିଦ୍ୟୁତ୍‌ ତାର ବିଛାଇ ଦନ୍ତା ଶିକାର : ୨ ଗିରଫ, ହାତୀଦାନ୍ତ ଉଦ୍ଧାର

ସୋନପୁର, ୯।୨(ନି.ପ୍ର.)
ସୁବର୍ଣ୍ଣପୁର ବନ ବିଭାଗକୁ ଶନିବାର ବଡ ସଫଳତା ମିଳିଛି। ଉଲୁଣ୍ଡା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ସାରସଦାଦର ଜଙ୍ଗଲରେ ଶିକାର ହୋଇଥିବା ହାତୀର ୨ ଦାନ୍ତକୁ ବନ ବିଭାଗ ଉଦ୍ଧାର କରିଛି। ଏହି ଘଟଣାର ମଧ୍ୟସ୍ଥି ଉଲୁଣ୍ଡା ଥାନା ମେଘନାଦ ଗ୍ରାମର ସୁରେନ୍ଦ୍ର କର୍ଣ୍ଣ(୪୬) ଓ ତାଙ୍କ ପୁତୁରା କାଳିଆ କର୍ଣ୍ଣ(୨୩)ଙ୍କୁ ଶନିବାର ଗିରଫ କରାଯାଇଛି। ସେମାନଙ୍କଠାରୁ ଦୁଇଟି ସମାନ ଲମ୍ବ ଓ ଓସାରର ହାତୀ ଦାନ୍ତ ଓ ଏକ ବାଇକ ନଂ ଓଡି୩୧ଏ-୨୧୬୦ ଜବତ ହୋଇଛି। ଗୋଟିଏ ଦାନ୍ତର ଲମ୍ବ ୬୫ ସେଣ୍ଟିମଟର, ମୋଟେଇ ୧୮ ସେଣ୍ଟିମିଟର ଓ ଓଜନ ଦେଢ କିଲୋ। ସୂଚନା ଅନୁଯାୟୀ ହାତୀ ଶିକାରୀ ଦାନ୍ତ ବିକ୍ରି କରି ଦେଇ ଥିବାରୁ ସେଗୁଡିକୁ ଉଦ୍ଧାର ପାଇଁ ବନବିଭାଗ ଜାଲ ବିଛାଇ ଥିଲା। ଜଣେ ବନପାଳ ସାଦା ପୋଷାକରେ ମଧ୍ୟସ୍ଥିଙ୍କ ସହିତ କଥା ହୋଇ ୨ ଲକ୍ଷ ଟଙ୍କାରେ ଦାନ୍ତ କିଣିବା ପାଇଁ କଥା ଛିଡାଇଥିଲେ। କକା, ପୁତୁରା ବାଇକ୍‌ରେ ଏକ ଜରି ବସ୍ତାରେ ୨ଟି ଦାନ୍ତ ବିକ୍ରି କରିବାକୁ ଶନିବାର ଆଣିଥିଲେ। ପୂର୍ବ ଯୋଜନା ଅନୁସାରେ ବନ ବିଭାଗ କର୍ମଚାରୀମାନେ ଉଲୁଣ୍ଡା ବ୍ଲକର ରାଧାନଗର-ଢେଲେଇ ରାସ୍ତାରେ ଅଭିଯୁକ୍ତଙ୍କୁ ଧରିଥିଲେ। ଉଲୁଣ୍ଡା ରେଞ୍ଜର ଶିବ ପ୍ରସାଦ ନାଏକ, ବନପାଳ ଦୀନେଶ ପ୍ରସାଦ ମାଝୀ, ଭକ୍ତବନ୍ଧୁ ମିଶ୍ର, ବନରକ୍ଷୀ ବନମାଳୀ ପାଣ୍ଡେ ଓ ଚୌଧୁରୀ ଦଳପତି ପ୍ରମୁଖ ଏହି ଚଢାଉରେ ସାମିଲ ଥିଲେ। ଅଧିକ ତଦନ୍ତ ଜାରି ରହିଛି। ରବିବାର ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ। ଆବଶ୍ୟକ ପଡିଲେ ଅଧିକ ତଦନ୍ତ ପାଇଁ ସେମାନଙ୍କୁ ରିମାଣ୍ଡରରେ ଅଣାଯିବ ବୋଲି ଡିଏଫଓ ସୁଶାନ୍ତ କୁମାର ସାମନ୍ତରାୟ ସୂଚନା ଦେଇଛନ୍ତି। ଗତ ନଭେମ୍ବର ମାସ ଦ୍ୱିତୀୟ ସପ୍ତାହରେ କୋଟସମଲାଇ ଫରେଷ୍ଟ ବିଟ୍‌ଠାରୁ ୫ କିଲୋମିଟର ଦୂରରେ ବିଦ୍ୟୁତ୍‌ ତାର ବିଛାଇ ହାତୀ ଶିକାର କରାଯାଇଥିଲା। ଏହି ଘଟଣାରେ ଡିଏଫଓ ସାମନ୍ତରାୟ କର୍ତ୍ତବ୍ୟରେ ଅବହେଳା ପାଇଁ ସ୍ଥାନୀୟ ବନପାଳ ଜନାର୍ଦ୍ଦନ ସ୍ବାଇଁ ଓ ବନରକ୍ଷୀ ପ୍ରଜ୍ଞାପରମିତା ମିଶ୍ରଙ୍କୁ ନିଲମ୍ବନ କରିଥିଲେ। ସେହିପରି ଏହି ଘଟଣାରେ ବନ ବିଭାଗ ପୂର୍ବରୁ ୬ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ତେବେ ହାତୀ ଶିକାର କରି ଦାନ୍ତ କାଟିଥିବା ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ପରିସ୍ରା କରିବାକୁ ଯାଇଥିଲେ ବ୍ୟବସାୟୀ, ଭୁଷୁଡିଲା କାନ୍ଥ: ଆଉ ତା’ପରେ…

ଅମରପାଲି,୨୪।୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ରୁଗୁଡ଼ିପାଲି ଗ୍ରାମରେ କାନ୍ଥ ଭୁଷୁଡି ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତ...

ଟ୍ରାକ୍ଟରକୁ ଧକ୍କାଦେଲା ପିକ୍‌ନିକ୍‌ ବସ୍, ୨୦ ଆହତ

ଡୁଙ୍ଗୁରିପାଲି ୨୩/୧୨ (ଦୀନବନ୍ଧୁ ସୁନା ): କୁହୁଡି ପାଇଁ ଦୁର୍ଘଟଣା । କୁହୁଡି ପାଇଁ ରାସ୍ତା ନଦେଖାଯିବା କାରଣରୁ ଧାନ ବୋଝେଇ ଟ୍ରାକ୍ଟର୍‌କୁ ଧକ୍କା ଦେଲା...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୧୦ ଟଙ୍କାରେ ଧାନ ବିକିଲେ ଚାଷୀ

ବିନିକା, ୨୧ା୧୨(ରାମ ଗୋପାଳ ବାଘ ): ସୁବର୍ଣ୍ଣପୁର ଜିଲାରେ ଗତ ୯ ତାରିଖରୁ ମଣ୍ଡି ଖୋଲିଛି। ହେଲେ ଟୋକନ ମିଳି ନ ଥିବାରୁ ଚାଷୀମାନେ ଧାନ...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

ଆଶ୍ରମ ବିଦ୍ୟାଳୟରେ ରକ୍ତ ଛିଟା: ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ପିଟିପିଟି ହତ୍ୟା

ସୁବର୍ଣ୍ଣପୁର,୧୬।୧୨: ସୁବର୍ଣ୍ଣପୁରରେ ଚାଞ୍ଚଲ୍ୟ। ଛାତ୍ରଙ୍କୁ ପିଟିପିଟି ହତ୍ୟା। ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ସୁବର୍ଣ୍ଣପୁର ଜିଲା ତରଭା ଆଶ୍ରମ...

୮ ଦିନରେ କିଡନୀ ରୋଗ ନେଲା ତୃତୀୟ ଜୀବନ, ମୃତକଙ୍କ ପରିବାରକୁ ସହାୟତା ଯୋଗାଇବାକୁ ଦାବି

ଅମରପାଲି,୧୬/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡରେ ସୋମବାର ପୁଣି ଜଣେ କିଡନୀ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଉପାନ୍ତ ଦୁର୍ଜନତୈଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri