ବିଦ୍ୟୁତ୍‌ ତାର ବିଛାଇ ବନ୍ୟଜନ୍ତୁ ଶିକାର: ମୃତ ବାର୍‌ହା ଜବତ, ଶିକାରୀ ଗିରଫ

ବୁଗୁଡ଼ା,୪ା୯(ଡି.ଏନ.ଏ.)-ବୁଗୁଡ଼ା ବନାଞ୍ଚଳ ପଞ୍ଚଭୂତି ସଂରକ୍ଷିତ ଜଙ୍ଗଲ ନିକଟ ଗୋଳିଆବନ୍ଧରେ ବିଦ୍ୟୁତ୍‌ ତାର ବିଛାଇ ବାର୍‌ହା ଶିକାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ବୁଗୁଡ଼ା ବନ ବିଭାଗ ମଙ୍ଗଳବାର ଶିକାରୀଙ୍କୁ କୋର୍ଟଚାଲାଣ କରିଛି। ଶିକାର ଜଣକ ହେଲେ ଓଡ଼ଗାଁ ଥାନା ବାହାଡ଼ାପିଠ ଗ୍ରାମର ଡାକ୍ତର ନାହାକ। ତାଙ୍କଠାରୁ ମୃତ ବାର୍‌ହା ସହ ଗୋଟିଏ ବାଇକ୍‌, ୫୦୦ ମିଟର ଜିଆଇ ତାର, ବାଉଁଶ କିଳା ୩୦ ଓ କାଠ ବୋତଲ ୩୦ ଜବତ କରାଯାଇଛି ।
ପ୍ରକାଶ ଯେ, ନାହାକ ସୋମବାର ସନ୍ଧ୍ୟାରେ ଉକ୍ତ ଜଙ୍ଗଲ ନିକଟ ଗୋଳିଆବନ୍ଧରେ ବିଦ୍ୟୁତ୍‌ ତାର ବିଛାଇ ଏକ ବାର୍‌ହା ଶିକାର କରି ତାଙ୍କ ବାଇକ୍‌ରେ ରଖୁଥିଲେ। ଖବର ପାଇ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟ ନାରାୟଣ ବେହୁରାଙ୍କ ନିର୍ଦ୍ଦେଶରେ ବୁଗୁଡ଼ା ବନାଞ୍ଚଳ ଅଧିକାରୀ ଦୁଃଶାସନ ନାୟକଙ୍କ ତତ୍ତ୍ବାବଧାନରେ ବିଭାଗୀୟ ଅଧିକାରୀ ପହଞ୍ଚତ୍ ଡାକ୍ତରଙ୍କୁ ଗିରଫ କରିଥିଲେ। ଏ ନେଇ ବନ ବିଭାଗ ପକ୍ଷରୁ ନଂ. ୯୭/୨୦୧୯-୨୦ରେ ଏକ ମାମଲା ରୁଜୁ ହୋଇଛି ।