ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ଜୀବନଗଲା

ଝରିଗାଁ,୧୪।୩(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଭାଲୁକୁନାଡ଼ି ପଞ୍ଚାୟତ ସାରିଆପଡ଼ା ଗ୍ରାମରେ ଶନିବାର ଅପରାହ୍ନରେ ୧୧କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ଜୀବନ ଯାଇଛି।
ପ୍ରାପ୍ତ ସୂଚନାରୁ ପ୍ରକାଶ, ସାରିଆପଡ଼ା ଗ୍ରାମର ପର୍ଶୁ ମାଝିଙ୍କ ପୁଅ ଭଗତ ଘର ନିକଟରେ ଥିବା ବୁଆଲ ଗଛରେ ଚଢ଼ି ଶାଗ ତୋଳୁଥିବା ସମୟରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ତଳେ ପଡ଼ିଯାଇଥିଲେ। ଏହାପରେ ପରିବାର ଲୋକେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ସୋମା ଦାଶ ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକଙ୍କ ପରିବାର ପକ୍ଷରୁ ସରକାରୀ ସହାୟତା ପ୍ରଦାନ ନିମନ୍ତେ ନିବେଦନ କରାଯାଇଛି।

Share