ବଇଣ୍ଡା,୨୫।୧୧(ଡି.ଏନ୍.ଏ.): ଅନୁଗୋଳ ଜିଲା ହଣ୍ଡପା ରେଞ୍ଜ ଲକ୍ଷ୍ମୀପୁର-ଟେଣ୍ଡୁଲି ରାସ୍ତାରେ ବିଦ୍ୟୁତ ଫାଶରେ ରବିବାର ବିଳମ୍ବିତ ରାତିରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ହାତୀର ବୟସ ପ୍ରାୟ ୨୫ ବର୍ଷ ହେବ। ବାର୍ହା ଶିକାର ପାଇଁ ୧୧ କେଭି ବିଦ୍ୟୁତ୍ ଖୁଣ୍ଟରୁ ଫାଶ ବସାଯାଇଥିବା ବେଳେ ଧାନ ଖାଇବାକୁ ଜଙ୍ଗଲକୁ ଆସୁଥିବା ଜୀବଜନ୍ତୁଙ୍କର ମୃତ୍ୟୁ ଘଟୁଛି। ତେବେ ଏହି କାରଣରୁ ହାତୀର ମୃତ୍ୟୁ ଘଟିଥିବା କୁହାଯାଉଛି।