Categories: ଫୁରସତ

ବିଦ୍ୟୁତ୍‌ ବିଭାଗ ସ୍କୁଲରୁ କାଟିଦେଲା ବିଜୁଳି ସଂଯୋଗ: ୭ମ ଶ୍ରେଣୀ ଛାତ୍ର ତିଆରି କଲେ ପବନଚକ୍ର

ମୁମ୍ବାଇ: ମହାରାଷ୍ଟ୍ରର ବିଡ୍‌ ଜିଲାର ଏକ ସରକାରୀ ସ୍କୁଲରେ ବିଦ୍ୟୁତ୍‌ର ଆବଶ୍ୟକତା ପୂରଣ କରିଛନ୍ତି ୪ ଛାତ୍ର। କୁର୍ଲା ଗାଁସ୍ଥିତ ଜିଲା ପରିଷଦ ସ୍କୁଲରେ ୨୫ ହଜାର ଟଙ୍କାର ବିଜୁଳି ବିଲ୍‌ ବକେୟା ଥିଲା। ତେଣୁ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ସ୍କୁଲରୁ ବିଦ୍ୟୁତ୍‌ ସଂଯୋଗ କାଟି ଦିଆଯାଇଥିଲା। ଏଥିରେ ମର୍ମାହତ ହୋଇ ୭ମ ଶ୍ରେଣୀରେ ପଢୁଥିବା ୪ ଛାତ୍ର ୫ ଦିନ ମଧ୍ୟରେ ଏକ ମିନି ପବନଚକ୍ରି ତିଆରି କରିଛନ୍ତି। ଏଥିରେ ପୂରା ସ୍କୁଲ ଆଲୋକିତ ହେଉଛି।

ବିଜ୍ଞାନ ଶିକ୍ଷକ ଭାଉ ସାହେବ ରାଣେ ଏହି ପବନ ଚକ୍ରି ତିଆରି କରିବାରେ ମଧ୍ୟ ସହାୟତା କରିଛନ୍ତି। ଶିକ୍ଷକ କୁହନ୍ତି, ଏଥିରେ ସୋଲାର ୟୁନିଟ୍‌ ଲାଗିଛି। ଏଥିରେ ୫୦୦ ଓ୍ବାଟ୍‌ ବିଜୁଳି ତିଆରି ହେଉଛି। ଏଥିରେ ପ୍ରାୟ ୫ ହଜାର ଟଙ୍କା ଖର୍ଚ୍ଚ ହୋଇଛି।

Share