ବିଦ୍ୟୁତ୍‌ ବିଭ୍ରାଟ ପ୍ରତିବାଦରେ ରାସ୍ତାରୋକୋ

କପ୍ତିପଦା,୫ା୬(ଡି଼.ଏନ୍‌.ଏ): ମୟୂରଭଞ୍ଜ ଜିଲା କପ୍ତିପଦା ଅଞ୍ଚଳରେ ବାରମ୍ବାର ବିଦ୍ୟୁତ୍‌ ବିଭ୍ରାଟ ପ୍ରତିବାଦରେ ମଙ୍ଗଳବାର ରାତି ୮ଟାରେ କପ୍ତିପଦା-ବାଲେଶ୍ୱର ଗୋଲୋଇ ଛକ ଠାରେ କଷିଗଡିଆ ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ। ଫଳରେ ଗାଡିମୋଟର ଚଳାଚଳ ବାଧାପ୍ରାପ୍ତ ହେବା ସହିତ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ନେସ୍କୋ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଯୋଗୁ ବିଭିନ୍ନ ସମୟରେ ବିଦ୍ୟୁତ୍‌ କାଟ୍‌ ସାଙ୍ଗକୁ ଲୋ-ଭୋଲଟେଜ ସମସ୍ୟା ଲାଗି ରହୁଛି। ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍‌ କାଟ୍‌ ସାଙ୍ଗକୁ ଟ୍ରାନ୍‌ଫର୍ମର ପୋଡ଼ିଯିବା ଭଳି ସମସ୍ୟା ବାରମ୍ବାର ଘଟୁଛି। ସାମାନ୍ୟ ପବନରେ କପ୍ତିପଦା ଫିଡ଼ରରୁ ଆସିଥିବା ବିଦ୍ୟୁତ୍‌ ସରବରାହ ବ୍ୟାହତ ହେଉଛି ା ଏଥିନେଇ ପାଖପାଖ ଅଞ୍ଚଳର ପ୍ରାୟ ୬୦ଟି ଗ୍ରାମର ଉପଭୋକ୍ତା ଠିକ୍‌ ଭାବରେ ବିଦ୍ୟୁତ୍‌ ସେବା ପାଇ ପାରୁନାହାନ୍ତି। ବାରମ୍ବାର ଅଭିଯୋଗ ପରେ ମଧ୍ୟ କାୈଣସି ସୁଫଳ ମିଳୁ ନାହିଁ। ଗତ ୩ ଦିନ ଧରି କଷିଗଡିଆ, ଭାଲୁହୁରୁଡା, ଠାକୁରାସାହି, ମାଝିସାହି, ଜାନୁସାହି, ଗେଣ୍ଡା ଗଡିଆ କଲୋନୀ ସାହି, କବି ସାହି, ସୋଲଗଡିଆ, ଶାଳଚୁଆ କଲୋନୀ, ଶାଳଚୁଆ ଡାକ୍ତରଖାନା, କୁକୁଡାଗଡି, ମହୁଲପଙ୍ଖା, ବିଦ୍ୟାଧର ନଗର, ମଝିଗଡିଆ ଓ ପଦ୍ମପୋଖରୀ ଅଞ୍ଚଳରେ ବିଦ୍ୟୁତ ବିଭ୍ରାଟ ଲାଗି ରହୁଛିି । ପ୍ରଚଣ୍ଡ ରାୈଦ୍ରତାପ ଓ ଗୁଳୁଗୁଳିରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାର ପ୍ରତିବାଦରେ କପ୍ତିପଦା -ବାଲେଶ୍ୱର ଗୋଲୋଇ ଛକଠାରେ କଷି ଗଡିଆ ଗ୍ରାମବାସୀ ଓ ସ୍ଥାନୀୟ ଜନସାଧାରଣ ରାସ୍ତା ଅବରୋଧ କରିଥିଲେ। ଖବରପାଇ କପ୍ତିପଦା ଥାନାଧିକାରୀ ରୀନା ବେହେରା ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହିତ ଆଲୋଚନା କରିବା ପରେ ପରିସ୍ଥିତି ସ୍ବଭାବିକ ହୋଇଥିଲା ା ବିଭାଗୀୟ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ଯନ୍ତ୍ରୀ ଓ ଥାନା ଅଧିକାରୀ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରି ଯଥାଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତୁରନ୍ତ ସ୍ଥାୟୀ ପ୍ରତିକାର କରା ନ ଗଲେ ଆନ୍ଦୋଳନାମତ୍କ ପନ୍ଥା ଗ୍ରହଣ କରାଯିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି। କପ୍ତିପଦା ବିଦ୍ୟୁତ୍‌ ସେକ୍ସନରେ କର୍ମଚାରୀ ଅଭାବ ସାଙ୍ଗକୁ ପୁରୁଣା ଖୁଣ୍ଟ, ତାର ଓ ଯନ୍ତ୍ରାଂଶ ଅପସାରଣ କରାଯାଉ ନ ଥିବା ଯୋଗୁଁ ୩୩ କେ.ଭି. ଲାଇନ୍‌ରେ ବାରମ୍ବାର ବହୁ ତ୍ରୁଟି ଦେଖାଦେବା ସହିତ ଲାଇନ୍‌ କାଟୁଛି। ଏସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ବିଭାଗ ତରଫରୁ ଯାହା ସେବା ଯୋଗାଇବା କଥା ସମୟ ଅନୁସାରେ ଆମେ ଚେଷ୍ଟା କରୁଛୁ ବୋଲି କହିଛନ୍ତି।

Share