ଅତାବିରା/ସରଣ୍ଡା,୭।୯(ଡି.ଏନ୍.ଏ.)- ବରଗଡ଼ ଜିଲା ଅତାବିରାରେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ଉପୁଜୁଥିବା ଅଭିଯୋଗ ହୋଇଛି। ଏଥିପାଇଁ ସ୍ଥାନୀୟ ଲୋକଙ୍କୁ ବହୁବିଧ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏପରିକି ଆବଶ୍ୟକ ସଂଖ୍ୟକ ବିଦ୍ୟୁତ୍ କର୍ମଚାରୀ ମଧ୍ୟ ନାହାନ୍ତି। ଫଳରେ ବିଦ୍ୟୁତ୍ ବିଭ୍ରାଟ ହେଲେ ତାର ମରାମତି ମଧ୍ୟ ବିଳମ୍ବିତ ହେଉଛି। ଏ ନେଇ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସତ୍ତ୍ୱେ କିଛି ସୁଫଳ ମିଳୁ ନ ଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ପୁର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଅଞ୍ଚଳବାସୀ ଅତାବିରା ବନ୍ଦ କରିଥିବାବେଳେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି। ଫଳରେ ବରଗଡ଼-ସମ୍ବଲପୁର ରାସ୍ତାରେ ଯାତାୟତ ଠପ୍ ପଡ଼ି ଯାଇଛି ।