ବିଦ୍ୟୁତ୍‌ ବିଲ୍‌ ଛାଡ଼ ପାଇଁ ବିକ୍ଷୋଭ

କଟକ ଅଫିସ,୧ା୬: ଏସୟୁସିଆଇ (ସି) କଟକ ଜିଲା କମିଟି ପକ୍ଷରୁ ବିଭିନ୍ନ ଦାବିରେ ସୋମବାର ରାଣୀହାଟ ସେସୁ ଅଫିସ୍‌ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ମଧ୍ୟ ପଠାଯାଇଛି।
ଲକ୍‌ଡାଉନ୍‌ ପାଇଁ ବହୁ ଲୋକ ନିଜର କର୍ମ ସଂସ୍ଥାନ ହରାଇ ରୋଜଗାର ଶୂନ୍ୟ ହୋଇଛନ୍ତି। ସରକାର ଘରଭଡ଼ା ଛାଡ଼ ପାଇଁ ନିବେଦନ କରୁଥିବା ବେଳେ ସେସୁର ଗ୍ରାହକ ମାରଣ ନୀତି ବୋଝ ଉପରେ କୋରଡ଼ା ମାଡ଼ ଭଳି ହୋଇଛି। ଏପ୍ରିଲ ଓ ମେ’ ମାସର ବିଲ୍‌ ଯେଉଁଠି ୫୦୦ରୁ ୭୦୦ ଟଙ୍କା ଆସେ, ଏବେ ତାହା ୨୦୦୦ରୁ ୫୦୦୦ ପର୍ଯ୍ୟନ୍ତ ଆସୁଛି। ଏଭଳି ସ୍ଥିତିରେ ଦୁଇମାସର ବିଦ୍ୟୁତ୍‌ ଦେୟ ସମ୍ପୂର୍ଣ୍ଣ ଛାଡ଼ କରିବା, ମିଟର ଭଡ଼ା ଆଦାୟ ବନ୍ଦ କରିବା, ବିଦ୍ୟୁତ୍‌ ଦେୟ ଓ ଆଦାୟ ବନ୍ଦ କରିବା ସହ ସମସ୍ତ ସେବା ସଂସ୍ଥାର ସରକାରୀକରଣ ପାଇଁ ଦାବି କରିଛି ଏସୟୁସିଆଇ (ସି)। ବିକ୍ଷୋଭ କାର୍ଯ୍ୟକ୍ରମରେ ଜିଲା କମିଟି ସମ୍ପାଦକ କମ୍ରେଡ ବିଶ୍ୱାବସୁ ଦାସ, ଖଗେଶ୍ୱର ସେଠୀ, ରାଜକିଶୋର ମଲ୍ଲିକ, ବସନ୍ତ ନାୟକ, ସିଦ୍ଧାର୍ଥ ରଥ, ସସ୍ମିତା ମହାନ୍ତି ଓ ଜ୍ୟୋତ୍ସ୍ନାରାଣୀ ଦାସ ଯୋଗ ଦେଇଥିଲେ।

Share