Categories: ଜାତୀୟ

ବିଦ୍ୟୁତ୍‌ ବିଲ୍‌ ପୈଠ କରିବାକୁ ଏକ ଲକ୍ଷ ଟଙ୍କାର କଏନ୍‌ ନେଇ ପହଞ୍ଚିଲେ ବ୍ୟବସାୟୀ

କୋରବା,୨୫।୮: ଛତିଶଗଡ଼ରେ ଜଣେ ବ୍ୟବସାୟୀ ବିଦ୍ୟୁତ୍‌ ବିଲ୍‌ ପୈଠ କରିବାକୁ ଏକ ଲକ୍ଷ ଟଙ୍କାର କଏନ୍‌ ବସ୍ତା ନେଇ ଅଫିସରେ ପହଞ୍ଚିଛନ୍ତି। ତେବେ ଏହାକୁ ଗଣିବା ପାଇଁ ସମୟ ଲାଗିବ ବୋଲି କହି ବିଦ୍ୟୁତ୍‌ କର୍ମଚାରୀ ବ୍ୟବସାୟୀଙ୍କୁ ଫେରାଇ ଦେଇଛନ୍ତି। କୋରବା ସହରରେ କପଡ଼ା ଦୋକାନ କରିଥିବା ପଓ୍ବନ କୁମାର କଏନ୍‌କୁ ନୋଟ୍‌ରେ ପରିଣତ କରିବା ଲାଗି ସ୍ଥାନୀୟ ଅଞ୍ଚଳର କିଛି ଦୋକାନ ବୁଲି ଶେଷରେ ନିରାଶ ହୋଇ କଏନ୍‌ ବସ୍ତାଗୁଡ଼ିକୁ ଅଟୋରେ ଲଦି ଫେରି ଯାଇଥିଲେ। ଏନେଇ ବିଦ୍ୟୁତ୍‌ ବିଭାଗ ଜୋନ୍‌ ପ୍ରଭାରୀ ଟି.ଆର୍‌.କୌସରିଆ କହିଛନ୍ତି ଯେ, କଏନ୍‌ ଗୁଡ଼ିକୁ ଗଣିବା ପାଇଁ ଅସୁବିଧା ହେଉଥିବାରୁ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଫେରାଇ ଦିଆଯାଇଥିଲା।

Share