Categories: ଫୁରସତ

ବିଦ୍ୟୁତ୍‌ ବିଲ୍‌ ବାବଦ ଟଙ୍କା ସହ ଜରିମାନା ଦେଲେ ଅଧିକାରୀ

ଯମୁନାନଗର: ହରିୟାଣା ଯମୁନାନଗରର ଖବର ଜାଣିଲେ ଆଶ୍ଚର୍ଯ୍ୟ ଲାଗୁଛି। ଯମୁନାନଗର ଏସ୍‌କେ ରୋଡ୍‌ରେ ଥିବା କୃଷ୍ଣା ଉଦ୍ୟୋଗରେ ବିଜୁଳି ସଂଯୋଗ ଦିଆଯାଇଥିଲା ଓ ଏହାକୁ ଏପ୍ରିଲ ୪ , ୧୯୯୪ରେ ଉପଭୋକ୍ତା କାଟି ଦେଇଥିଲେ। ଏହାପରେ ସେ ଆଉ ଏକ ନୂଆ ସଂଯୋଗ ନେଇ ତାହା ପାଇଁ ବିଲ୍‌ ପଇଠ କରୁଥିଲେ। କିନ୍ତୁ ବିଦ୍ୟୁତ ବିଭାଗ ସେହି ପୁରୁଣା ସଂଯୋଗ ଉପରେ ୧୬ ବର୍ଷ ପରେ ୨୦୧୧ଫେବୃୟାରୀ ୧ରେ ୪୯ ହଜାର ୪୫୦ ଟଙ୍କାର ଏକ ବିଲ୍‌ ପଠାଇ ତାହାକୁ ୨୪ ଫେବୃୟାରୀ ୨୦୧୧ ସୁଦ୍ଧା ପଇଠ କରିବାକୁ ଜଣାଇଥିଲା। ଅଧିକାରୀଙ୍କୁ ଏହି ବିଷୟରେ ଉପଭୋକ୍ତା ବାରମ୍ବାର ଜଣାଇବା ପରେ କିଛି ସମାଧାନ ନ ହେବାରୁ ସିଭିଲ କୋର୍ଟର ଆଶ୍ରୟ ନେଇଥିଲେ। ବିଦ୍ୟୁତ ବିଭାଗ କେସ୍‌ରେ ହାରିବା ପରେ ପୁଣି ଏଡିଜେ କୋର୍ଟରେ ତିନି ମାସ ପରେ ଅପିଲ୍‌ କରିଥିଲା। ଏହି ଅପିଲ୍‌ ୩୦ ଦିନ ମଧ୍ୟରେ କରାଯିବା କଥା, ତାହା ନ କରି ତିନିିମାସ ପରେ କୋର୍ଟକୁ କାହିଁକି ଆସିଲ ବୋଲି କୋର୍ଟ ଜାଣିବାକୁ ଚାହଁିବାରୁ ବିଭାଗୀୟ ଅଧିକାରୀମାନେ ଉଚ୍ଚଅଧିକାରୀଙ୍କ ଅନୁମତି ନେବାରେ ବିଳମ୍ବ ହେଲା ବୋଲି ଜଣାଇଥିଲେ । କିନ୍ତୁ ଏ ସମ୍ବନ୍ଧରେ କୋର୍ଟ ସବୁ ରେକର୍ଡ ଦେଖିବାକୁ ଚାହିଁ ଥିଲେ ମଧ୍ୟ ବିଦ୍ୟୁତ ବିଭାଗ ତାହା କରିପାରିନଥିଲା। ଫଳ ହେଲା ଓଲଟା। ଏଡିିଜେ ଡା. ଅବ୍‌ଦୁଲ ମଜିଦ ବିଦ୍ୟୁତ ବିଭାଗର ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ବିଲ୍‌ ବାବଦ ସବୁ ଟଙ୍କା ନିଜ ପକେଟରୁ ପଇଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେବଳ ଏତିକି ନୁହେଁ କୋର୍ଟ ବି ୫ ହଜାର ଟଙ୍କା ଜରିମାନା ଲଗାଇଛନ୍ତି। ବିଦ୍ୟୁତ ବିଭାଗର ଖାମଖିଆଲି ଯୋଗୁ ଏହା ହୋଇଛି ବୋଲି କୋର୍ଟ କହିଛନ୍ତି। ବିଭାଗୀୟ ଅଧିକାରୀମାନେ ନିଜ କର୍ତ୍ତବ୍ୟ ପ୍ରତି ଗମ୍ଭୀର କି ଦକ୍ଷ ନୁହନ୍ତି ବୋଲି କୋର୍ଟ ଦର୍ଶାଇଛନ୍ତି।

Share