ବିଦ୍ୟୁତ୍‌ ବିଲ୍‌ ଲକ୍ଷେ ଟଙ୍କା ଟପିଲେ ରିଟର୍ନ ଫାଇଲିଂ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧।୬: ଆର୍ଥତ୍କ ବର୍ଷ ୨୦୧୯-୨୦ ଲାଗି ସରକାର ଆୟକର ରିଟର୍ନ (ଆଇଟିଆର୍‌) ଫର୍ମ ବିଜ୍ଞପ୍ତି ଜାରି କରିଛନ୍ତି। କରେଣ୍ଟ ଆକାଉଣ୍ଟ ଜମା ୧ କୋଟି କିମ୍ବା ଇଲେକ୍ଟ୍ରିସିଟି ବିଲ୍‌ ନିର୍ଦ୍ଦିଷ୍ଟ ଆର୍ଥତ୍କ ବର୍ଷରେ ୧ଲକ୍ଷ କିମ୍ବା ତଦୂର୍ଦ୍ଧ୍ୱ ହେଲେ ଲୋକମାନେ ଆଇଟିଆର୍‌ ଫାଇଲ କରିବାକୁ ବାଧ୍ୟ ବୋଲି ଏଥିରେ କୁହାଯାଇଛି। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ମେ୩୦ରେ ଏହି ଫର୍ମ ଜାରି କରିଥିବା ଜଣାପଡିଛି। ସହଜ( ଆଇଟିଆର୍‌-୧), ସୁଗମ(ଆଇଟିଆର୍‌-୨) , ଫର୍ମ ଆଇଟିଆର୍‌-୨, ଫର୍ମ ଆଇଟିଆର୍‌-୩, ଫର୍ମ ସୁଗମ (ଆଇଟିଆର୍‌-୪), ଫର୍ମ ଆଇଟିଆର୍‌-୫, ଫର୍ମ ଆଇଟି ଆର୍‌-୬, ଫର୍ମ ଆଇଟିଆର୍‌-୭ ଏବଂ ଫର୍ମ ଆଇଟିଆର୍‌-ଭି ଏହା ମଧ୍ୟରେ ସାମିଲ ହୋଇଛି। ଆସେସମେଣ୍ଟ ବର୍ଷ ୨୦୨୦-୨୧ ଲାଗି ଏହାକୁ ଜାରି କରାଯାଇଥିବା ଆୟକର ବିଭାଗ ପକ୍ଷରୁ ସୂଚନା ରହିଛି।

Share