Advertisement

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୨ ଜଣଙ୍କ ମୃତ୍ୟୁ

ନୟାଗଡ଼ ଅଫିସ,୪।୯: ନୟାଗଡ଼ ଜିଲା ରଣପୁର ବ୍ଲକ ରଙ୍କଦେଉଳି ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଉକ୍ତ ଗ୍ରାମର ଲକ୍ଷ୍ମଣ ସାହୁ (୫୮), ରବି ପରିଡ଼ା(୩୦)।
ସୂଚନାଯୋଗ୍ୟ, ଘରେ କେହି ନ ଥିବା ବେଳେ ଲକ୍ଷ୍ମଣ ଘରର ବିଦ୍ୟୁତ୍‌ କାର୍ଯ୍ୟ ମରାମତି ପାଇଁ ରବିଙ୍କୁ ଡାକିଥିଲେ। ତେବେ ଉଭୟ କାମ କରୁଥିବା ସମୟରେ ପ୍ରଥମେ ଲକ୍ଷ୍ମଣ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ରବିଙ୍କୁ ମଧ୍ୟ ବିଦ୍ୟୁତ୍‌ ଆଘାତ ଲାଗିଥିଲା। ଫଳରେ ଉଭୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share