ବିଦ୍ୟୁତ୍‌ ସମସ୍ୟାରୁ ମୁକୁଳିବେ ୬ ହଜାର ଉପଭୋକ୍ତା

ଖଇରା,୧୩।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସାରୁଗାଁ ପଞ୍ଚାୟତବାସୀ ଦୀର୍ଘଦିନ ଧରି ବିଦ୍ୟୁତ ସମସ୍ୟାରେ ଘାଣ୍ଟି ହେଉଥିବା ବେଳେ ୨ଦିନ ତଳେ ନୂଆ ଷ୍ଟ୍ରକଚର ପ୍ରତିଷ୍ଠା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ସେମାନଙ୍କ ପାଇଁ ଆଶ୍ୱସ୍ତି ଆଣିଦେଇଛି। ଓଡିଏସ୍‌ଏସ୍‌ପି ମାଧ୍ୟମରେ ପଞ୍ଚାୟତର ବିଦ୍ୟୁତ ସମସ୍ୟାରେ ଘାଣ୍ଟି ହେଉଥିବା ୬ ଗ୍ରାମବାସୀଙ୍କୁ ଉତ୍ତମ ସେବା ଯୋଗାଇ ଦେବାକୁ ଷ୍ଟ୍ରକଚର ପ୍ରତିଷ୍ଠା ପାଇଁ ସାରୁଗାଁ ହାକୁଣ୍ଡ ପୋଖରୀ ନିକଟରେ ଭୂମିପୂଜା କରାଯାଇଛି ା ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏହାର ଶିଳାନ୍ୟାସ କରିଥିବା ବେଳେ ଜିଲା ପରିଷଦ ସଭ୍ୟା ରଶ୍ମିତା ମହାପାତ୍ର, ଯୁବନେତା ଗୌତମ ରାଉତ, ସମିତିସଭ୍ୟା ପ୍ରତିନିଧି ଜିତେନ୍ଦ୍ର ବେହେରା, ଔପଦା ଫିଡରର କନିଷ୍ଠଯନ୍ତ୍ରୀ ସତୀଶ ଦାସ ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ ା ଓପିଟିଏଲ(ଓଡିଶା ପାୱାର ଟ୍ରାନ୍ସମିଶନ ଲିମିଟେଡ) ଦ୍ୱାରା ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ରେ ୩୩କେଭି ଲାଇନରେ ୫ଏମଭିର ୨ଟି ପାୱାର ଟ୍ରାନ୍ସଫର୍ମର ବସାଯିବାର ଯୋଜନା ରହିଛି ା ପଞ୍ଚାୟତର ସାରୁଗାଁ ଚନ୍ଦ୍ରାଟିକିରି, ବୁଢାଗଡିଆ, ଫଗୁଣା, ସମସରପୁର, ଦହିପୁର ଓ ସରସତିଆ ସିଧାସଳଖ ଉପକୃତ ହେବେ ଏବଂ ଗଣ୍ଡିବେଡ ଲାଇନରେ ଅନ୍ୟାନ୍ୟ ଗ୍ରାମଗୁଡିକ ମଧ୍ୟ ଏଥିରୁ ଉପକୃତ ହେବେ ଏବଂ ଏହି ପ୍ରକଳ୍ପ ପାଇଁ ୭କୋଟି ଟଙ୍କା ବ୍ୟୟ ହେବ ବୋଲି ବିଭାଗୀୟ ଯନ୍ତ୍ରୀ ପ୍ରକାଶ କରିଛନ୍ତି ା ଏହାଛଡା ଏହି ପଞ୍ଚାୟତର ମହାରାସାହି ଗ୍ରାମର ୪୫ ପରିବାରକୁ ଲୋ ଭୋଲଟେଜ ସମସ୍ୟାରୁ ମୁକ୍ତ କରିବାକୁ ବିଧାୟକ ପାଣିଗ୍ରାହୀ ଏଲଟି ଲାଇନରେ ଏକ ଟ୍ରାନ୍ସଫର୍ମର ବସାଇବା କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

Share