Categories: ରାୟଗଡା

ବିଦ୍ୟୁତ ଆଘାତରେ ଆଖି ବୁଜିଲେ ଦମ୍ପତି

ସୁନାବେଡ଼ା,୨ା୧: କୋରାପୁଟ ଜିଲା ସୁନାବେଡ଼ା ମ୍ୟୁନିସିପାଲିଟି ଅଧୀନସ୍ଥ ପୋଲିସ କ୍ୟାମ୍ପରେ ରହୁଥିବା ସୁଧାକର ବିଶ୍ୱାଳ (୫୬) ଓ ତାଙ୍କର ସ୍ତ୍ରୀ ଚଞ୍ଚଳl ବିଶ୍ୱାଳ (୫୦) ବିଦ୍ୟୁତ ସଂସ୍ପର୍ଶରେ ଆସି ଉଭୟଙ୍କର ଦୁଃଖଦ ମୃତ୍ୟୁ ହୋଇଛି। ଗୁରୁବାର ସୁଧାକର ଓଦାଲୁଗାକୁ ତାରରେ ଶୁଖାଇବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ସ୍ତ୍ରୀ ଚଞ୍ଚଳା ମଧ୍ୟ ବିଦ୍ୟୁତ ଆଘାତ ପାଇଥିଲେ। ସେହିଠାରେ ହିଁ ଉଭୟଙ୍କର ମୃତ୍ୟୁ ହୋଇଥିଲା। ଏନେଇ ସୁନାବେଡ଼ା ଥାନାରେ କେସ୍‌ ନମ୍ବର ୧/୨୦ରେ ମାମଲା ରୁଜୁ କରାଯାଇଛି।