ବିଦ୍ୟୁତ ଆଘାତରେ ଜଣଙ୍କ ଜୀବନ ଗଲା

ସମ୍ବଲପୁର, ୬।୧୦(ବ୍ୟୁରୋ)- ସମ୍ବଲପୁର ଜିଲା ଯୁଯୁମୁରା ଥାନା ଧଦୁଲୁମୁଣ୍ଡା ଗ୍ରାମର ପଦ୍ମନାଭ ବିଶ୍ୱାଳଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି । ଜିଲା ସଦର ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସୂଚନାଯୋଗ୍ୟ,ପଦ୍ମନାଭ ରବିବାର ସକାଳୁ ନିଜ ଘରର ଟୁଲୁପମ୍ପ ଚଲାଇବା ପାଇଁ ଯାଇଥିଲେ। ସେ ସମୟରେ ଭାରସାମ୍ୟ ହରାଇ ଛିଣ୍ଡି ଯାଇଥିବା ବିଦ୍ୟୁତ ତାର ଉପରେ ପଡିଯାଇଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ।

Share