Advertisement

ବିଦ୍ୟୁତ ଆଘାତରେ ନିର୍ମାଣ ଶ୍ରମିକ ମୃତ

ଭୁବନେଶ୍ୱର,୧୩ା୨(ବ୍ୟୁରେ): ଆବାସ ଯୋଜନାରେ ଘର ର୍ନିମାଣ ଚାଲିଥିବାବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଶହୀଦନଗର ଥାନା ଶାନ୍ତିପଲ୍ଲୀ ବସ୍ତିରେ ବୁଧବାର ଘଟିଛି ଏହି ଦୁଃଖଦ ଘଟଣା। ମୃତ ଶ୍ରମିକ ହେଲେ ମୟୂରଭଞ୍ଜ ଜିଲ୍ଲାର ଶ୍ୟାମା ମୁଣ୍ଡା। ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଠିକା କାମ କରୁଥିବା ଶ୍ରାବଣୀ କନ୍‌ଷ୍ଟ୍ରକ୍ସନର ଇଞ୍ଜିନିୟର ଓ ଠିକାଦାରଙ୍କୁ ଶ୍ରମିକ ସଂଗଠନ କର୍ମକର୍ତ୍ତା ଘେରାଉ କରି କ୍ଷତିପୂରଣ ଦାବି କରିଥିଲେ। ପୋଲିସ ପହଞ୍ଚତ୍ ବୁଝାଶୁଝା କରିବା ପହ ମୃତଦେହ ଜବତ କରି ହସ୍ପିଟାଲ ପଠାଇଥିଲା। ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପରବର୍ତ୍ତୀ ସମୟରେ ମୃତକ ବାପାଙ୍କୁ କନ୍‌ଷ୍ଟ୍ରକ୍ସନ କମ୍ପାନୀ ପକ୍ଷରୁ ୧ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିବା ପୋଲିସ ସୂଚନା ଦେଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share