Categories: ଜାତୀୟ

ବିଦ୍ୟୁତ ଆଘାତରେ ମାଙ୍କଡ ଛୁଆ ଆହତ:କୋଳରେ ଧରି ଡାକ୍ତରଖାନାରେ ପହଞ୍ଚିଲା ମା’

ଭୋପାଳ,୬।୧୧: ମଧ୍ୟପ୍ରଦେଶର ସିହୋର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ୧୧ କେଭି ତାରରେ ବାଜି ଏକ ମାଙ୍ଗଡ ଛୁଆ ଆହତ ହେବା ପରେ ତାକୁ କୋଳରେ ଧରି ମା’ ନିକଟରେ ଥିବା ପ୍ରାଣୀ ଚିକିତ୍ସାଳୟ ଯାଇଥିଲା। ଡାକ୍ତରଖାନା ଗେଟ୍‌ ପାଖରେ ଛୁଆକୁ ଧରି ମାଙ୍ଗଡଟି ସାହାଯ୍ୟ ପାଇଁ ଏପଟ ସେପଟ ହେଉଥିଲାବେଳେ ତା’ ପାଖକୁ କେହି ଆସି ନ ଥିଲେ। ସମସ୍ତେ ଏଭଳି ମାର୍ମିକ ଦୃଶ୍ୟ ଦେଖି ଫଟୋ ଏବଂ ଭିଡିଓ ଶୁଟିଂ କରିଥିଲେ। ମାଙ୍କଡଡି ଅଧଘଣ୍ଟାକାଳ ଅପେକ୍ଷା କରି ଡାକ୍ତରଖାନା ଗେଟ୍‌ ଉପରକୁ ଚଢିଯାଇଥିଲା। ହଠାତ୍‌ କୋଳରୁ ଛୁଆଟି ତଳେ ପଡି ମରିଯାଇଥିଲା।

Share